ମାଲକାନଗିରି: ପୁଣି ରକ୍ତମୁଖା ହୋଇପଡିଛନ୍ତି ଲାଲବାହିନୀ । ପୋଲିସ ଇନଫର୍ମର୍ ସନ୍ଦେହରେ ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କଲେ ନକ୍ସଲ । ଏଭଳି ଘଟଣା ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଜଗରଗୁଣ୍ଡା ଥାନା ଅଞ୍ଚଳରୁ । ନକ୍ସଲ ମାନେ ହତ୍ୟା କରିଥିବା ଶିକ୍ଷାଦୂତ ଜଣକ ହେଲେ ଲକ୍ଷ୍ମଣ ବାରସେ ।
ସୂଚନାମୁତାବକ, ବୁଧବାର ରାତିରେ ନକ୍ସଲ ଗାଁରେ ପହଞ୍ଚି ଶିକ୍ଷାଦୂତ ଲକ୍ଷ୍ମଣ ବାରସେଙ୍କୁ ଖୋଜିଥିଲେ । ତାଙ୍କ ଘରକୁ ଯାଇ ଲକ୍ଷ୍ମଣଙ୍କୁ ଘରୁ ଘୋଷାଡ଼ି ଆଣି ପ୍ରଥମେ ବହୁତ ପିଟିଥିଲେ । ପରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଖବରପାଇ ପୋଲିସ ଆଜି ସକାଳୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Comments are closed.