Latest Odisha News

ହରିୟାଣାରେ ନାୟବ ସିଂହ ସୈନିଙ୍କ ସହ ଶପଥ ନେବେ ୧୦ କ୍ୟାବିନେଟ ମନ୍ତ୍ରୀ

ଚଣ୍ଡୀଗଡ: ହରିୟାଣାରେ ହ୍ୟାଟ୍ରିକ ମାରିଛି ବିଜେପି। ହରିୟାଣା ବିଧାନସଭା ନିର୍ବାଚନରେ ବିଜେପିର ବଡ ବିଜୟ ପରେ ଦଳ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ବିଧାୟକ ଦଳ ବୈଠକରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନାୟବ ସିଂହ ସୈନିଙ୍କୁ ଚୟନ କରାଯାଇଛି। ସେ ଅକ୍ଟୋବର ୧୭ ତାରିଖ ଅର୍ଥାତ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ । ସୂତ୍ର ଅନୁସାରେ ତାଙ୍କ ସହ ୧୦ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେବେ।

ସୂଚନା ଅନୁଯାୟୀ, ହରିୟାଣା କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୪ ଜଣ ବିଧାୟକ କ୍ୟାବିନେଟରେ  ସାମିଲ ହୋଇ ପାରିବେ। ସେମାନଙ୍କ ମଧ୍ୟରୁ ସର୍ବାଧିକ ୧୩ ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ଦିଆ ଯାଇପାରିବ। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ସମେତ ୧୦ କ୍ୟାବିନେଟ ମନ୍ତ୍ରୀ ଶପଥ ନେବେ। ସେମାନଙ୍କ ମଧ୍ୟରେ ୨ ଜଣ ଦଳିତ, ୨ ଜାଟ , ଜଣେ ବ୍ରାହ୍ମଣ, ଜଣେ ବଣିଆ, ଜଣେ ଅହିର, ଜଣେ ପଞ୍ଜାବୀ ଓ ଜଣେ କ୍ଷତ୍ରି ସମାଜର ଚେହେରା ସ୍ଥାନ ପାଇଛନ୍ତି।

Leave A Reply

Your email address will not be published.