Latest Odisha News

BREAKING NEWS

ନୟାଗଡ଼ ଥାନା ଆଇଆଇସି ନିଲମ୍ବିତ, ବଦଳିଲେ ଏସଡିପିଓ

ନୟାଗଡ଼: ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ସରକାର ନୟାଗଡ ଥାନା ଆଇଆଇସି ରୀନାରାଣୀ ସାହୁଙ୍କୁ ନିଲମ୍ବନ କରିଛନ୍ତି । ସେହିପରି ନୟାଗଡ଼ ଏସଡିପିଓ ନିରଞ୍ଜନ ପାଢୀଙ୍କୁ କନ୍ଧମାଳ ଏସଡିପିଓ ଭାବେ ବଦଳି କରାଯାଇଛି । ଏନେଇ ପୋଲିସ ମୁଖ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପରୀ ମା’ଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ପରେ ଆଇଆଇସି ରୀନାରାଣୀ ସାହୁଙ୍କୁ ନିଲମ୍ବିତ କରାଯାଇଛି ।

ପରୀ ମୃତ୍ୟୁ ନେଇ ଜୋର ଧରିଛି ଚର୍ଚ୍ଚା । ସରକାର ପରୀ ହତ୍ୟା ଘଟଣାକୁ ନେଇ ଏସଆଇଟି ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି । ପରୀ ହତ୍ୟାକାରୀଙ୍କୁ ଗିରଫ ଦାବିରେ ବିଜେପି ଲଗାତର ଆନ୍ଦୋଳନ କରୁଛି । ଆଜି ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ବରୀ ନୟାଗଡ଼ ଯଦୁପୁର ଗାଁକୁ ଯାଇ ପରୀ ବାପା-ମାଆଙ୍କ ସହ ଆଲୋଚନା କରିଥିଲେ । ଅନ୍ୟପଟେ ଗତକାଲି ନୟାଗଡ଼ ଜିଲ୍ଲାପାଳ ଓ ଏସପି ଭିଡିଓ କନଫରେନ୍ସିଂରେ  ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି ।

Leave A Reply

Your email address will not be published.