Latest Odisha News

BREAKING NEWS

ଆସନ୍ତୁ ଜାଣିବା ବଲିଉଡରେ କୃଷକଙ୍କ ସମସ୍ୟା ଉଜାଗର କରିଥିବା କେତେକ ଫିଲ୍ମ ବିଷୟରେ

ମୁମ୍ବାଇ: ଏବେ କେନ୍ଦ୍ର ସରକାରଙ୍କ କୃଷକ ବିଲକୁ ବିରୋଧ କରି ଆନ୍ଦୋଳନ ଚାଲିଛି । କୃଷକମାନେ ସବୁ ବେଳେ ସମସ୍ୟାରେ ରହି ଆସିଛନ୍ତି । ବଲିଉଡରେ ମଧ୍ୟ କେତେକ ଫିଲ୍ମ ମାଧ୍ୟମରେ ଏହି ସମସ୍ୟା ଉଜାଗର କରାଯାଇଛି । ଆସନ୍ତୁ ଜାଣିବା ସେଭଳି କିଛି ଫିଲ୍ମ ବିଷୟରେ..
ମଦର ଇଣ୍ଡିଆ: ମେହବୁବ ଖାଁଙ୍କ ମଦର ଇଣ୍ଡିଆ ଫିଲ୍ମ ୧୯୫୭ରେ ରିଲିଜ ହୋଇଥିଲା । ନରଗିସ, ସୁନୀଲ ଦତ, ରାଜେନ୍ଦ୍ର କୁମାର ଓ ରାଜକୁମାର ଏହି ଫିଲ୍ମରେ ଅଭିନୟ କରିଥିଲେ । ପତିର ଅନୁପସ୍ଥିତିରେ କିପରି ଜଣେ ମାଅ ଦୁଇ ପିଲାଙ୍କୁ ଧରି ଚାଷ କରୁଛି ଅଥଚ ସବୁ ଲାଭ ସୁଧ ଦେବାରେ ପଳାଇଯାଉଛି । ସେ ସମୟରେ ଏହି ଫିଲ୍ମ ଚର୍ଚ୍ଚାର କାରଣ ସାଜିଥିଲା ।
ଦୋ ବିଘା ଜମୀନ: ୧୯୫୩ରେ ରିଲିଜ ହୋଇଥିବା ଫିଲ୍ମ ଦୋ ବିଘା ଜମୀନରେ ବଲରାଜ ସାହିନୀ ଓ ନିରୂପା ରାୟ କୃଷକଙ୍କ ସମସ୍ୟା ଉଜାଗର କରିଥିଲେ । ନିଜ ଜମି ବଂଚାଇବା ପାଇଁ ବଲରାଜ ରିକ୍ସା ଚଳାଇଥିଲେ । ଶେଷରେ ସେ ତାଙ୍କ ଜମି ବଂଚାଇପାରିଥିଲେ ।
କିସାନ: ଜ୍ୟାକି ଶ୍ରଫ, ସୋହେଲେ ଖାଁ, ଦିୟା ମିର୍ଜା ଓ ଅରବାଜ ଖାଁ ଅଭିନୀତ କିସାନ ୨୦୦୯ରେ ରିଲିଜ ହୋଇଥିଲା । କୃଷକ ଆତ୍ମହତ୍ୟା ଉପରେ ଏହା ପର୍ଯ୍ୟବେଷିତ ଥିଲା ।

ପିପଲି ଲାଇଭ: ଓଁକାର ଦାସ ମାନିକପୁରୀ, ନାସିରୁଦ୍ଧିନ ଶାହ, ନବାଜଉଦ୍ଦିନ ସିଦ୍ଦିକ ପରି କଳାକରଙ୍କ ଅଭିନୀତି ପିପଲି ଲାଇଭ ୮୩ତମ ଓସ୍କାର ପୁରସ୍କାର (ଶ୍ରେଷ୍ଠ ବିଦେଶୀ ଫିଲ୍ମ) ପାଇଁ ମନୋନୀତ ହୋଇଥିଲା । ଏଥିରେ କୃଷକଙ୍କ ସମସ୍ୟାକୁ ନିଜ ଟିଆରପି ବଢ଼ାଇପାରେ ମିଡିଆ ଏବଂ ରାଜନୀତି ଫାଇଦା ପାଇଁ ନେତାମାନେ ବ୍ୟବହାର କରୁଛନ୍ତି ପ୍ରଦର୍ଶିତ ହୋଇଥିଲା ।

ଲଗାନ: ଆଶୁତୋଷ ଗାୱାରିକର ନିର୍ଦ୍ଦେଶିତ ଓ ଅମୀର ଖାଁ ଅଭିନୀତ ଲଗାନ ୨୦୦୧ରେ ରିଲିଜ ହୋଇଥିଲା । ଏହି ଫିଲ୍ମ ମଧ୍ୟ ଓସ୍କାର ପୁରସ୍କାର (ଶ୍ରେଷ୍ଠ ବିଦେଶୀ ଫିଲ୍ମ) ପାଇଁ ମନୋନୀତ ହୋଇଥିଲା । ଇଂରେଜମାନେ କିପରି କୃଷକଙ୍କଠାରୁ ଅଧିକ ଖଜଣା ଆଦାୟ କରୁଥିଲେ ତାହା ଉପରେ ନିର୍ମିତ ହୋଇଥିଲା ।

Leave A Reply

Your email address will not be published.