କଟକ: ନୟାଗଡ଼ ନାବାଳିକା ହତ୍ୟାକାଣ୍ଡ ଘଟଣାରେ ଗିରଫ ସରୋଜ ସେଠୀ ମୁଖ୍ୟ ଅଭିଯୁକ୍ତ । ନାବାଳିକାଙ୍କୁ ହତ୍ୟା କରିବା ପରେ ଦୁଷ୍କର୍ମ କରାଯାଇଛି । ପ୍ରେସମିଟରେ ଆଜି ଏହି ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସେ କହିଛନ୍ତି, ଜେରା ବେଳେ ଅଭିଯୁକ୍ତ ହତ୍ୟା ଓ ଦୁଷ୍କର୍ମ ଉଦ୍ୟମ କରିଥିବା ମାନିଛି । ଘଟଣା ଦିନ ଏକା ଜାମୁକୋଳି ଖାଇବାକୁ ସରୋଜ ସେଠୀଙ୍କ ଘରକୁ ଯାଇଥିଲା ପରୀ । କୋଳି ମାଗିବାରୁ ଅଭିଯୁକ୍ତ ଘର ଭିତରକୁ ଡାକିଥିଲା । ସେଦିନ ଘରେ କେହି ନଥିଲେ । ପୋଷାକ ଖୋଲି ଦୁଷ୍କର୍ମ ଉଦ୍ୟମ କରିବାରୁ ଚିତ୍କାର କରିଥିଲା ପରୀ ।
ହତ୍ୟା ପରେ ଦୁଷ୍କର୍ମ
ଚିତ୍କାର କରିବାରୁ ଅଭିଯୁକ୍ତ ପରୀକୁ ତଣ୍ଟି ଚିପି ହତ୍ୟା କରିଥିଲା । ପରେ ଦୁଷ୍କର୍ମ କରିଥିଲା । ମୃତଦେହକୁ ପୋଖରୀ ନିକଟ ବୁଦା ପାଖରେ ଫିଙ୍ଗି ଦେଇଥିଲା । ମୃତଦେହକୁ ନଷ୍ଟ କରିବାରେ କୌଣସି କେମିକାଲ୍ ବ୍ୟବହାର ହୋଇ ନଥିବା କହିଛନ୍ତି ଅରୁଣ ବୋଥ୍ରା । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କୌଣସି ପ୍ରତ୍ୟକ୍ଷ ସାକ୍ଷୀ ମିଳିନାହାନ୍ତି । ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ତଦନ୍ତ କରାଯାଉଥିବା କହିଛନ୍ତି ଅରୁଣ ବୋଥ୍ରା ।

କେମିତି ସନ୍ଦେହ ଘେରକୁ ଆସିଲା ସରୋଜ ?
ଏସାଇଟି ସରୋଜର ମୋବାଇଲକୁ ଯାଞ୍ଚ କରିଥିଲେ । ସେତେବେଳେ ତାର ମୋବାଇଲରୁ ପପ୍ ଅପ୍ ବାହାରିଥିଲା । ମୋବାଇଲରେ ଜଣେ ତିନି ବର୍ଷ ଝିଅକୁ ଦୁଷ୍କର୍ମ ପରେ କିଭଳ ହତ୍ୟା କରାଯାଏ ସେସମ୍ପର୍କିତ ଖବର ସର୍ଚ୍ଚ କରିଥିଲା । ପଚରାଉଚରା ବେଳେ ବି ପ୍ରତିକ୍ରିୟାଶୀଳ ହୋଇଥିଲା ସରୋଜ । ଏହାପରେ ପଲିଗ୍ରାଫ ଟେଷ୍ଟ ହୋଇଥିଲା ।
SIT ପାଖରେ ସାଇଣ୍ଟିଫିକ୍ ପ୍ରମାଣ
ସରୋଜ ଉପରେ ବଢ଼ିଥିଲା ସନ୍ଦେହ । ତାକୁ ବାରମ୍ବାର ପଚରାଉଚରା କରିଥିଲା ଏସଆଇଟି । ସେହିପରି ପରୀର ପୋଷାକରୁ ସିମେନି ମିଳିଥିଲା । ମୃତଦେହ ଉପରେ ପୋଷାକ ନଥିଲା । ତିନି ତିନିଟି ସାଇଣ୍ଟିଫିକ୍ ପ୍ରମାଣ ମିଳିଛି । ରିପୋର୍ଟ ଆସିବା ପରେ ଦୁଷ୍କର୍ମ ଜନିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ କରିଛି ଏସଆଇଟି ।

ଅରୁଣ ବୋଥ୍ରା କହିଛନ୍ତି, ପୂର୍ବରୁ ଜିଲ୍ଲା ପୋଲିସ ବି ସରୋଜଙ୍କୁ ସନ୍ଦେହ ଘେରକୁ ଆଣିଥିଲେ । ଏସଆଇଟି ଆଗରେ ଅଭିଯୁକ୍ତ ସରୋଜର ସ୍ୱୀକାରୋକ୍ତିର ଅଡିଓ ଓ ଭିଡିଓ ବି ରହିଛି । ସରୋଜର ମୋବାଇଲର ଡିଲିଟ ତଥ୍ୟକୁ ରିକଭରି ଉଦ୍ୟମ କରାଯାଉଛି ବୋଲି ଅରୁଣ ବୋଥ୍ରା କହିଛନ୍ତି ।
BREAKING NEWS
- Child Marriage: ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମର ଶୁଭାରମ୍ଭ, ବାଲ୍ୟ ବିବାହ ନିବାରଣ ପାଇଁ…
- Shaksgam Valley: ଦିଲ୍ଲୀଠାରୁ ତିନି ଗୁଣ ବଡ଼… କାହିଁକି ଶକ୍ସଗାମ ଭ୍ୟାଲିକୁ ଚୀନ୍କୁ ଉପହାର ଦେଇଥିଲା ପାକିସ୍ତାନ?, ଭାରତ ସହିତ ଥିଲା ବିବାଦ…
- ବ୍ରିକ୍ସ ୨୦୨୬ର ନୂଆ ଲୋଗୋ ଓ ୱେବସାଇଟ୍ ଲଞ୍ଚ କଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର
- ହ୍ୟୁମାନ୍ ସାଗର ମୃତ୍ୟୁ ମାମଲା: ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ
- ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ବିବାହର ନିଷ୍ପତ୍ତିରେ ଝିଅର ସ୍ବୀକୃତି ନେବା ନିତ୍ୟାନ୍ତ ଆବଶ୍ୟକ..
- Rashami Desai: ୮ ବର୍ଷ ଧରି ଡିପ୍ରେସନରେ ଥିଲେ ରଶ୍ମୀ ଦେଶାଇ.. ନିଜ କଥା କଲେ ଖୁଲାସା
- ଗାର୍ଲଫ୍ରେଣ୍ଡ୍ ସୋଫିଙ୍କ ସହ ନିର୍ବନ୍ଧ କଲେ ଶିଖର ଧାୱନ…
- Trump On Supreme Court Ruling On Tariffs: “ବରବାଦ୍ ହୋଇଯିବ ଆମେରିକା…”; ଭୟରେ ଟ୍ରମ୍ପ!
- ବାପା-ମାଙ୍କୁ ହଇରାଣ କଲେ ୧୦ ପ୍ରତିଶତ ଦରମା କଟାଯିବ
- ୧୪ରୁ କିଟରେ ଚେସ୍ ମହାକୁମ୍ଭ ଆରମ୍ଭ
Comments are closed.