ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ପରିସରରେ ସୋମବାର ଦିନ ଜଣେ ଯୁବତୀ ବିଷ ପିଇ ଦେଇଛନ୍ତି। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଏବଂ ପରେ ଭୁବନେଶ୍ୱରର ଏକ ଡାକ୍ତରଖାନାକୁ ପଠାଯାଇଥିଲା।
ସୂଚନା ଅନୁଯାୟୀ, ମହିଳା ସେହି ଗାଁର ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଗତ ଫେବୃଆରିରେ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସେହି ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ କିଛି ଦିନ ପରେ ଯୁବକ ଜଣକ ଜାମିନରେ ଆସିଥିଲେ। ଘଟଣାକୁ ନେଇ ଦୁଇ ପରିବାର ଭିତରେ ତିକ୍ତତା ରହିଥିବା ବେଳେ ରବିବାର ପୁଣିଥରେ ଗଣ୍ଡଗୋଳ ହୋଇଥିଲା।
ତେବେ ତାଙ୍କ ମା ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କ ଝିଅର ଅଭିଯୋଗକୁ ଖାରଜ କରିଦେବାରୁ ସେ ଏଭଳି ନିଷ୍ପତି ନେଲା।
Comments are closed.