Latest Odisha News

BREAKING NEWS

ମାଷ୍ଟରସେଫ୍ ସିଜିନ-୭ ବିଜେତା ହେଲେ ଆସାମର ନୟନଜ୍ୟୋତି

ମୁମ୍ବାଇ: ଭାରତର ଲୋକପ୍ରିୟ କୁକିଂ ରିଆଲିଟି ଶୋ’ ମାଷ୍ଟରସେଫ୍ ଇଣ୍ଡିଆ -୭ ଶେଷ ହୋଇଛି । ଏହି ଶୋ ରେ ନିଜର କମାଲ ଦେଖାଇ ଆସାମର ନୟନଜ୍ୟୋତି ସାଇକିଆ ଟ୍ରଫି ଜିତିଛନ୍ତି । ଏଥିସହ ୨୫ ଲକ୍ଷ ଟଙ୍କାର ଅର୍ଥରାଶି ବି ମିଳିିଛି । ଅନେକ କଷ୍ଟଦାୟକ ଚ୍ୟାଲେଞ୍ଜ ସାମ୍ନା କରି ନୟନଜ୍ୟୋତି ଏବେ ମାଷ୍ଟରସେଫ୍ ଇଣ୍ଡିଆର ବିଜେତା ହୋଇ ପାରିଛନ୍ତି ।

ନୟନଜ୍ୟୋତି କହିଛନ୍ତି ଯେ, ମୁଁ ମାଷ୍ଟରସେଫ ଇଣ୍ଡିଆରେ ଭାଗ ନେବା ମୋର ଏକ ସ୍ୱପ୍ନ ଥିଲା । ଆଉ ଟ୍ରଫି ଜିିତି ମୋ ସ୍ୱପ୍ନ ସାକାର ବି କରିପାରିଛି । ଏତେ ଦିନ ମାଷ୍ଟରସେଫ୍ ଇଣ୍ଡିଆର ରୋଷେଇ ଘରେ କାଟିଛି ଭାବିଲେ ବି ବିଶ୍ୱାସ କରି ପାରୁନି ।
ଏଥିରେ ଆସାମର ସନ୍ତା ସରମାହ ପ୍ରଥମ ରନର୍ ଅପ୍ ଏବଂ ମୁମ୍ବାଇର ସୁବର୍ଣ୍ଣା ବାଗୁଲ୍ ଦ୍ୱିତୀୟ ରନର୍ ଅପ୍ ହୋଇଛନ୍ତି । ଉଭୟ ରନର୍ସଅପଙ୍କୁ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି ଶୋରେ ଷ୍ଟାର ସେଫ୍ ରଣବୀର ବ୍ରାର, ଗରିମା ଆରୋରା ଏବଂ ବିକାଶ ଖାନ୍ନା ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.