Latest Odisha News

BREAKING NEWS

କୋର୍ଟରେ ଏନସିବିର ସତ୍ୟପାଠ: ରିୟା, ସୌଭିକ ଡ୍ରଗ୍ସ କାରୋବାରରେ ଲିପ୍ତ

ମୁମ୍ବାଇ: ରିୟା ଚକ୍ରବର୍ତି ଓ ତାଙ୍କ ଭାଇ ସୌଭିକ ଅଡୁଆରେ ପଡିଛନ୍ତି । ମଙ୍ଗଳବାର ଏନସିବି ବମ୍ବେ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ରିୟା, ସୌଭିକ ଡ୍ରଗ୍ସ କାରୋବାରରେ ଲିପ୍ତ ଥିବା ସ୍ପଷ୍ଟ କରିଛି । ଏନସିବି ଜେନାଲ ଡାଇରେକ୍ଟର ସମୀର ୱାନଖେଡ ଦାଖଲ କରିଥିବା ଜବାବରେ ଉଲ୍ଲେଖ କରିଛନ୍ତି ଯେ, ସେମାନଙ୍କ ନିକଟରେ ରିୟାଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ରହିଛି । ସେ ଡ୍ରଗ୍ସ ଚୋରା କାରୋବାର କରୁଥିଲେ । ହ୍ୱାଟସଆପ ଚ୍ୟାଟ, ମୋବାଇଲ, ଲ୍ୟାପଟପ ଓ ହାର୍ଡ ଡିସ୍କରୁ ଏଥିନେଇ ଡାଟା ସଂଗ୍ରହ କରାଯାଇଛି ।

ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ନେଉଥିବା ବେଳେ ରିୟା ତାଙ୍କୁ ପ୍ରଶୟ ଦେଇଥିଲେ । ଘରେ ଡ୍ରଗ୍ସ ଠୁଳ କରିବା ସହ ଅନ୍ୟମାନଙ୍କୁ ଡକାଇ ବ୍ୟବସାୟିକ ଫାଇଦା ମଧ୍ୟ ଉଠାଉଥିଲେ । ରିୟା ଡ୍ରଗ୍ସ ଆଣୁଥିଲେ ଏବଂ କ୍ରେଡିଟ କାର୍ଡ, କ୍ୟାଶ ଓ ପେମେଂଟ ଗେଟୱେ ମାଧ୍ୟମରେ ଅର୍ଥ ପ୍ରଦାନ କରୁଥିଲେ । ରିୟାଙ୍କୁ ୬ ଅକ୍ଟୋବର ପର୍ଯ୍ୟନ୍ତ ହାଜତକୁ ପଠାଯାଇଛି । ସେ ଜାମିନ ନେଇ ଆବେଦନ କରିଥିଲେ । ଯାହାର ଶୁଣାଣୀ ଚୂଡାନ୍ତ ହୋଇନି ।

Leave A Reply

Your email address will not be published.