Latest Odisha News

BREAKING NEWS

ଏଲ୍‌ଏସିରେ ଏବେ ନା ଅଛି ଯୁଦ୍ଧ ପରିସ୍ଥିତି ନା ଶାନ୍ତି: ବାୟୁ ସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତ-ଚୀନ୍ ମଧ୍ୟରେ ଲାଗି ରହିଛି ସୀମା ବିବାଦ । ଉତ୍ତର ସୀମାରେ ଉତ୍ତେଜନା କମିବାର ନାଁ ନେଉନି । ପୂର୍ଣ୍ଣ ଏହାରି ଭିତରେ ପାକିସ୍ତାନ ପକ୍ଷରୁ ମଧ୍ୟ କ୍ରମାଗତ ଅନୁପ୍ରବେଶ ପ୍ରୟାସ ଲାଗି ରହିଛି। ଭାରତୀୟ ବାୟୁସେନା (ଆଇଏଏଫ) ମୁଖ୍ୟ ଆର କେ ଏସ ଭଦୋରିଆ କହିଛନ୍ତି ଉତ୍ତର ସୀମାରେ ସ୍ଥିତି ଚାଲେଞ୍ଜି ପୂର୍ଣ୍ଣ ରହିଛି। ଅର୍ଥାତ୍ ସ୍ଥିତି ଭଲ ନାହିଁ।

ଉତ୍ତର ସୀମାରେ ସୁରକ୍ଷା ପରିସ୍ଥିତି ବର୍ତମାନ ଖୁବ ଅସହଜ ରହିଛି। ସେଠରେ ନା ଯୁଦ୍ଧର ପରସ୍ଥିତି ଅଛି ନା ଶାନ୍ତିର । ଏ ସମୟରେ ସେଠାରେ କିଛି ହେଲେ ନାହିଁ। ତେବେ ରାଫେଲ ଜେଟ୍ ସାମିଲ ହେବାରୁ ବାୟୁସେନା କ୍ଷମତା ବୃଦ୍ଧି ପାଇଛି ବୋଲି ଭଦୋରିଆ କହିଛନ୍ତି। ବାୟୁସେନା ଯେକୌଣସି ଦୁଃସାହସର ଜବାବ ଦେବାକୁ ସଂକଳ୍ପ ବଦ୍ଧ । ଭବିଷ୍ୟତରେ ଯଦି କୌଣସି ସଂଘର୍ଷ ହୁଏ ତେବେ ଏହି ବିଜୟରେ ବାୟୁସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପାଞ୍ଚ ମାସ ହେବ ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଓସି)ରେ ଦୁଇ ଦେଶର ସେନା ମୁହାଁମୁହିଁ ଅଛନ୍ତି। ପିପୁଲ୍ସ ଲିବରେସନ ପାର୍ଟି ଓ ଭାରତୀୟ ମିଲିଟ୍ରି ଟ୍ୟାଙ୍କ, ମିଶାଇଲ ସମେତ ପ୍ରତିଟି ଜରୁରୀ ଅସ୍ତ୍ରଶସ୍ତ୍ର ସହ ଏଲଓସିରେ ମୁତୟନ ଅଛନ୍ତି। ଭାରତୀୟ ବାୟୁସେନାର ଫାଇଟର ଜେଟ ମଧ୍ୟ କ୍ରମାଗତ ସେଠାରେ ବୁଲୁଛି ।

Leave A Reply

Your email address will not be published.