Latest Odisha News

BREAKING NEWS

ଫିରୋଜଙ୍କ ପରେ NCB ଜାଲରେ ଫସିଲେ ଅର୍ଜୁନ ରାମପାଲ

ମୁମ୍ବାଇ: ବଲିଉଡର ନାମୀ ପ୍ରଯୋଜକ ଫିରୋଜା ନାଦିଆଦୱାଲାଙ୍କ ପରେ ଏନ୍‌ସିବି ଜାଲରେ ଫସିଲେ ଅଭିନେତା ଅର୍ଜୁନ ରାମାପାଲ । ତାଙ୍କ ମୁମ୍ବାଇ ସ୍ଥିତ ଘରେ ଆଜି ଏନ୍‌ସିବି ଚଢ଼ାଉ କରିଛି । ଆଜି ସକାଳେ ଏନସିବି ଅଧିକାରୀ ଅର୍ଜୁନ ରାମପାଲଙ୍କ ଘରେ ପହଞ୍ଚି ଡ୍ରଗ୍ସ ଖୋଜୁଥିବା ନେଇ ସୂଚନା ମିଳିଛି। ଯଦି ତାଙ୍କ ଘରୁ ଡ୍ରଗ୍ସ ମିଳେ, ତେବେ ତାଙ୍କୁ ଗିରଫ କରାଯିବ।

ଏହା ପୂର୍ବରୁ ଏନସିବି ଅଜୁର୍ନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡସଙ୍କ ଭାଇ ଅଗିସିୟାଲୋସଙ୍କୁ ମଧ୍ୟ ଗିରଫ କରିଥିଲା। ତାଙ୍କ ପାଖରୁ ହସିଷ ଓ ଏଲ୍‌ପ୍ରୋଜୋଲନର୍‌ ଟାବଲେଟ୍ ଜବତ କରାଯାଇଥିଲା। ଶନିବାର ବିଳମ୍ବିତ ରାତିରେ ଏନସିବି ବଲିଉଡର ବହୁ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଘରେ ଚଢ଼ଉ କରିଥିଲା। ଫିରୋଜ୍ ନାଦିଆଦୱାଲାଙ୍କ ଘରେ ଚଢ଼ଉ ପରେ ଏନସିବି ୧୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା।

ଏନସିବିର ଟିମ୍ ତାଙ୍କର ୩ଟି ମୋବାଇଲକୁ ଜବତ କରିଥିଲା। ଏହା ସହ କିଛି ମାତ୍ରରେ ଡ୍ରଗ୍ସ ମିଳିବାରୁ ଏନସିବି ଫିରୋଜ ନାଦିଆଦୱାଲାଙ୍କ ପତ୍ନୀ ଶବାନା ସଇଦଙ୍କୁ ଆଜି ଗିରଫ କରିଛି। ଏନସିବିର ଏହି ଅଭିଯାନରେ ଅନେକ ବଡ଼ ବଡ଼ ବଲିଉଡ କଳାକାର ଆସି ସାରିଥିବା ବେଳେ ଆଗକୁ ମଧ୍ୟ ଅନେକ ନାଁ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।

ଧିରେ ଧିରେ ଖୋଲୁଛି ବଲିଉଡର ଡ୍ରଗ୍ସ ଗୁମର । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁ କରୁ ଏବେ କଥା ଯାଇ ଡ୍ରଗ୍ସ ଲିଙ୍କରେ ପହଂଚିଛି । ଏନେଇ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ବଲଉଡର ମହାନ ହସ୍ତୀଙ୍କ ଘରେ ରେଡ କରିବା ସହ କିଛି କଳାକାରଙ୍କୁ କାର୍ଯ୍ୟାଳୟକୁ ଡାକି ପଚରା ଉଚରା କରୁଛି । ଏହାସହ ଅନ୍ୟକିଛି କଳାକାର ଓ ତାଙ୍କର ସହଯୋଗୀଙ୍କୁ ବି ନୋଟିସ କରିଛି ।

 

Leave A Reply

Your email address will not be published.