Latest Odisha News

BREAKING NEWS

କାଲି ଆସିବ ଉପନିର୍ବାଚନ ଫଳାଫଳ, ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି

ଭୁବନେଶ୍ୱର: କାହା ଦଖଲରେ ଯିବ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ । କାଲି ଜଣାପଡିବ ସ୍ପଷ୍ଟ ଚିତ୍ର । ଏ ଦୁଇଟି ଆସନରେ ଆସନ୍ତାକାଲି ଭୋଟ ଗଣତି ହେବ । ତେବେ ଏହା ପୂର୍ବରୁ ପ୍ରଶାସନ ପକ୍ଷରୁ ଚୂଡାନ୍ତ ପ୍ରସ୍ତୁତି କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ସୂଚନା ମୁତାବକ, ଭୋଟ ଗଣତି ଆସନ୍ତାକାଲି ସକାଳ ୮ଟାରୁ ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବାକୁ ନିଷ୍ପତ୍ତି ହୋଇଛି । ଏହାପରେ ସକାଳ ୮ଟାରୁ ଇଭିଏମ୍‌ରୁ ଭୋଟ ଗଣତି କରାଯିବ । କୋଭିଡ କଟକଣା ନେଇ ପ୍ରତି ହଲ୍‌ରେ ଟେବୁଲ ସଂଖ୍ୟା ହ୍ରାସ କରାଯାଇଛି । ଦୁଇଟି ହଲ୍‌ରେ ୭ଟି ଲେଖାଏଁ ମୋଟ ୧୪ଟି ଗଣତି ଟେବୁଲ ରଖାଯାଇଛି । ତୃତୀୟ ହଲ୍‌ରେ ପୋଷ୍ଟାଲ ବାଲାଟ ଗଣତି କରାଯିବ । ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜଗତସିଂହପୁର ଏସଭିଏମ କଲେଜର ଭୋଟ ଗଣନା ହେବ ।

ରେଜଲ୍ଟ ପ୍ରଦର୍ଶନ ପାଇଁ କାଉଟିଂ ହଲ୍‌ରେ କ୍ୟାମେରା ଡିସପ୍ଲେ ବ୍ୟବସ୍ଥା କରାଯାଇଛି । ଇଭିଏମ୍‌ରୁ ଭୋଟ ଗଣତି ପରେ ଭିଭିପାଟ୍ ଗଣତି ବ୍ୟବସ୍ଥା ମଧ୍ୟ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ୫ଟି ବୁଥର ଭିଭିପାଟ୍ ସ୍ଲିପ୍ ଗଣତି କରାଯିବ । ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଚଳିତ ଥର ବୁଥ ସଂଖ୍ୟା ବଢ଼ିଥିବାରୁ ଗଣତି ସରିବାକୁ ଅଧିକ ସମୟ ଲାଗିପାରେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆକଳନ କରିଛନ୍ତି ।

କୋଭିଡ ନିୟମ ମାନି ଭୋଟ ଗଣତି ହେବ । ସାମାଜିକ ଦୂରତା, ମାସ୍କ, ଫେସସିଲ୍ଡ, ସାନିଟାଇଜର, ୱେୟାରଲେସ ବାରିକେଡ ଓ ଟ୍ରାନ୍ସପରେଂଟ ପଲିଥିନ ସିଟ ରହିବ । ଗଣମାଧ୍ୟମକୁ ଛୋଟ ଛୋଟ ଗ୍ରୂପରେ ସୁଟିଂ ପାଇଁ ଅନୁମତି ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.