Latest Odisha News

BREAKING NEWS

ରିୟା ଗିରଫ ହେବା ବିହାର ପାଇଁ ବିଜୟ: ବିହାର ଡିଜିପି

ମୁମ୍ବାଇ: ଡ୍ରଗ୍ସ କାରବାର ଲିଙ୍କରେ ଗିରଫ ହେଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ତିନି ଦିନ ଧରି ପଚରାଉଚରା ପରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ରିୟାଙ୍କୁ ଗିରଫ କରିଛି । ଗିରଫ ପରେ ରିୟାଙ୍କ ମେଡିକାଲ ଯାଚଂ ପାଇଁ ନିଆଯାଇଛି । ରିୟାର କରୋନା ପରୀକ୍ଷା ମଧ୍ୟ କରାଯିବ ।  ରିୟା ଚକ୍ରବର୍ତୀଙ୍କୁ ଗିରଫ ପରେ ବିହାର ଡିଜିପି ପ୍ରତିକ୍ରିୟା ରଖିଛନ୍ତି । ଡ୍ରଗ୍ସ ମାଫିଆଙ୍କ ସହ ରିଆଙ୍କ ସଂପର୍କ ଥିବା ପ୍ରମାଣିତ ହୋଇଛି । ସୁଶାନ୍ତଙ୍କ  ମୃତ୍ୟୁ ଉପରୁ ପରଦା ଉଠିବା ଜରୁରୀ । ରିୟା ଚକ୍ରବର୍ତୀ ମୁଖ୍ୟ ଅଭିଯୁକ୍ତ ବୋଲି ଡିଜିପି ଗୁପ୍ତେଶ୍ୱର ପାଣ୍ଡେ କହିଛନ୍ତି । ରିୟା ଗିରଫ ହେବା ବିହାର ପାଇଁ ବିଜୟ ବୋଲି ସେ କହିଛନ୍ତି ।

ରିୟା ଗିରଫ ପରେ ସୁଶାନ୍ତଙ୍କ ଭଉଣୀ ଟୁଇଟ କରିଛନ୍ତି । ଭଗବାନ ତାଙ୍କ ସହ ଅଛନ୍ତି ବୋଲି ଶ୍ୱେତା କୀର୍ତି ଟୁଇଟ କରିଛନ୍ତି । ଆଜି ଜେରା ବେଳେ ଯେଉଁ ବଲିଉଡ ପାର୍ଟିରେ ନିଶା କାରବାର ହୋଇଛି ସେ ନେଇ ସୂଚନା ଦେଇଛନ୍ତି ରିୟା ।

ଆଜି ତୃତୀୟ ଦିନରେ ଏନସିବିରେ ହାଜର ହୋଇଥିଲେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତି । ରବିବାର ଓ ସୋମବାର ଦୁଇ ଦିନ ଧରି ରିୟାଙ୍କୁ ଡ୍ରଗ୍ସ ଲିଙ୍କ ନେଇ ପଚରାଉଚରା କରାଯାଇଥିଲା । ଆଜି ଜେରା ବେଳେ ସେ ଡ୍ରଗ୍ସ ନେଉଥିବା କଥା ସ୍ୱୀକାର କରିଥିଲେ । ଏପରିକି ଯେଉଁ ବଲିଉଡ ପାର୍ଟିରେ ନିଶାକାରବାର ହେଉଥିଲା ଜେରା ବେଳେ ତାହା ମଧ୍ୟ ସୂଚନା ଦେଇଛନ୍ତି । ଏହା ସହ ୨୫ ବଲିଉଡ କଳାକାରଙ୍କ ଏନସିବି ତାଲିକା ପ୍ରସ୍ତୁତ କରିଛି । ସେମାନଙ୍କୁ ସମନ କରାଯିବ ।

 

Leave A Reply

Your email address will not be published.