Latest Odisha News

ଅନୁଭବ ଛାଡିଲେ ନୂଆ ଭିଡିଓ, ପଚାରିଲେ ଏମିତି ହୁଏ କି ଘରୋଇ ହିଂସା?

ଭୁବନେଶ୍ୱର: ଓଲିଉଡର ସୁରପଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଘରୋଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ଏହାକୁ ନେଇ ସମ୍ନକୁ ଆସିଛି ଏକ ନୂଆ ଭିଡିଓ । ଏହାକୁ ଅନୁଭବ ଜାରି କରିଛନ୍ତି । ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ଭିଡିଓ ଜାରି କରି ସେ ପଚାରିଛନ୍ତି, ଏମିତି ହୁଏ କି ଘରୋଇ ହିଂସା । ଟୁଇଟରରେ ଗଣେଶ ପୂଜାର ଏକ ଭିଡିଓ ଛାଡିଛନ୍ତି ଅନୁଭବ ମହାନ୍ତି । ବର୍ଷାଙ୍କ ନାଁ ନନେଇ ଅନୁଭବ ଲେଖିଛନ୍ତି, ଭିଡିଓରେ କେହି ଘରୋଇ ହିଂସାର ଶିକାର ହେଲାପରି ମନେ ହେଉଛି କି । ଭିଡିଓରେ ଅନୁଭବଙ୍କ ଘରେ ଗଣେଶ ପୂଜାର ଦୃଶ୍ୟ ରହିଛି । ପୂଜାରେ ବର୍ଷା ପ୍ରିୟଦର୍ଶନୀ, ଅନୁଭବଙ୍କ ବାପା , ମା ସମସ୍ତେ ଅଛନ୍ତି । ,ଏହି ଭିଡିଓ ଜାରି କରି ଅନୁଭବ ବର୍ଷାଙ୍କ ନାଁ ନନେଇ ପ୍ରଶ୍ନ କରିଛନ୍ତି ଯେ, ଭିଡିଓରେ କେହି ଘରୋଇ ହିଂସାର ଶିକାର ହେଲା ପରି ଲାଗୁଛି କି । ଘରୋଇ ହିଂସା ଅଭିଯୋଗ ଆଣୁଥିବା ବର୍ଷା କେମିତି ଶାଶୁ ଘରେ ଅଛନ୍ତି ବୋଲି ଗତକାଲି ଅନୁଭବ ପ୍ରଶ୍ନ କରିଥିଲେ ।

ସୂଚନାଯୋଗ୍ୟ ଯେ, ଅନୁଭବଙ୍କ ବିରୋଧରେ ବର୍ଷା ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି । ସେ ତାଙ୍କୁ ନିର୍ଯ୍ୟାତନ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ କଟକ ଏସ୍‌ଡିଜେଏମ୍ କୋର୍ଟରେ ପିଟିସନ ଦାଖଲ କରିଛନ୍ତି । ସେପଟେ ଅନୁଭବ ମଧ୍ୟ ବର୍ଷାଙ୍କଠାରୁ ଛାଡପତ୍ର ପାଇଁ ଦିଲ୍ଲୀ ପଟିଆଲ ହାଉସକୋର୍ଟରେ ଆବେଦନ କରିଛନ୍ତି ।

Leave A Reply

Your email address will not be published.