Latest Odisha News

BREAKING NEWS

ଟି-୨୦ ବିଶ୍ୱକପ୍ ୨୦୨୪: ଭାରତ ବିରୋଧରେ ଖେଳିପାରନ୍ତି ୬ ଭାରତୀୟ !

ଆୟୋଜକ ଦେଶ ହୋଇଥିବାରୁ ଉଭୟ ଆମେରିକା ଓ ୱେଷ୍ଟ ଇଣ୍ଡିଜ ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି

ଭୁବନେଶ୍ୱର: ଆମେରିକା ଓ ୱେଷ୍ଟ ଇଣ୍ଡିଜରେ ଅନୁଷ୍ଠିତ ହେବ ୨୦୨୪ ଟି-୨୦ କ୍ରିକେଟ୍ ବିଶ୍ୱକପ ପ୍ରତିଯୋଗୀତା । ନିର୍ଦ୍ଧାରିତ ବର୍ଷ ଜୁନ୍ ମାସରେ ହେବାକୁ ଥିବା ଏହି ପ୍ରତିଯୋଗୀତାରେ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଆମେରିକା ଭାଗ ନେବ ।

ଆୟୋଜକ ଦେଶ ହୋଇଥିବାରୁ ଉଭୟ ଆମେରିକା ଓ ୱେଷ୍ଟ ଇଣ୍ଡିଜ ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ୱେଷ୍ଟ ଇଣ୍ଡିଜ ଦୁଇଦୁଇଥର ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ହୋଇଥିଲାବେଳେ ଆମେରିକା ଦଳ ନିକଟରେ ଏତେଟା ଅଭିଜ୍ଞତା ନାହିଁ । ଫଳରେ ଆମେରିକା ଦଳ ଏଥିପାଇଁ କିଛି ଭାରତୀୟ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିଛି । ଏହି ଧାରାରେ ଏକାଧିକ ଭାରତୀୟ ଖେଳାଳିଙ୍କୁ ଭାରତୀୟ କ୍ରିକେଟ୍ ଟିମ୍ ବିରୋଧରେ ଖେଳିବାରେ ଦେଖାଯାଇପାରେ ।

ଉନ୍ମୁକ୍ତ ଚାନ୍ଦ: ଅଣ୍ଡର୍‌-୧୯ ବିଶ୍ୱକପରେ ଏହି ଖେଳାଳି ଭାରତର ପ୍ରତିନିଧିତ୍ୱ କରି ଚାମ୍ପିଅନ୍ ହୋଇଥିଲେ । ଏପରିକି ଆଇପିଏଲରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଦଳ ତରଫରୁ ସେ ଖେଳିଥିଲେ । ସଦ୍ୟ ସ୍ଥିତିରେ ସେ ଆମେରିକା ତରଫରୁ ଖେଳିବା ନେଇ ନିଶ୍ଚିତ ହୋଇଛି ।

ସନ୍ନି ସୋହଲ୍‌: ଏହି ଭାରତୀୟ କ୍ରିକେଟର୍ ଜଣକ ଆମେରିକା ଦଳର ଜଣେ ନିୟମିତ ସଦସ୍ୟ । ଦିନେ ଆଇପିଏଲରେ ଡେକାନ୍ ଚାର୍ଜର୍ସ ତରଫରୁ ଖେଳିଥିବା ଏହି ଖେଳାଳି ଆମେରିକା ଦଳ ତରଫରୁ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି ।

ସିଦ୍ଧାର୍ଥ ତ୍ରିବେଦୀ: ନିଜ କ୍ରିକେଟ୍ କ୍ୟାରିଅର ବଂଚାଇବା ଲାଗି ଏହି ଖେଳାଳି ଜଣକ ଆମେରିକା ଦଳରେ ସାମିଲ ହୋଇଛନ୍ତି । ଭାରତର ଘରୋଇ କ୍ରିକେଟରେ ଶତାଧିକ ୱିକେଟ୍ ହାସଲ କରିଥିବା ଏହି ବୋଲର୍ ପୂର୍ବରୁ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଦଳ ତରଫରୁ ପଦାର୍ପଣ କରିଥିଲେ ।

ବିପୁଲ୍ ଶର୍ମା: ୨୦୧୬ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍ ଦଳ ଆଇପିଏଲ୍ ଖିତାବ ହାସଲ କରିଥିଲା । ସେହି ସମୟରେ ବିପୁଲ ଶର୍ମା ହାଇଦ୍ରାବାଦ ଦଳର ସଦସ୍ୟ ଥିଲେ । ହେଲେ ଭାରତୀୟ କ୍ରିକେଟରୁ ଅବସର ନେବା ପରେ ବିପୁଲ ଏବେ ଆମେରିକାରେ ଥିବା ଜଣାପଡିଛି । କହିବାକୁ ଗଲେ ଆମେରିକା ଦଳରେ ବିପୁଲ ଖେଳିବା ନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ସୌରଭ ନେତ୍ରାଭଲକର୍‌: ଅଣ୍ଡର-୧୯ ବିଶ୍ୱକପ, ୨୦୧୦ରେ ଏହି ଖେଳାଳି ଭାରତୀୟ ଦଳ ତରଫରୁ କେ.ଏଲ୍ ରାହୁଲଙ୍କ ସହ ଖେଳିଥିଲେ । ସଦ୍ୟ ସ୍ଥିତିରେ ସୌରଭ ଏବେ ଆମେରିକା ଦଳର ମୁଖ୍ୟ ଅଲରାଉଣ୍ଡର୍ ।

କରନ୍ ଭିରାଦିୟା: ଭାରତ ତରଫରୁ ଅଣ୍ଡର-୧୯ ଖେଳିଥିବା ଅନ୍ୟ ଜଣେ ଖେଳାଳି ହେଉଛନ୍ତି କରନ୍ ଭିରାଦିୟା । ବୟସ ଜାଲିଆତି କରିବା ଅଭିଯୋଗରେ ୨୦୧୩ରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେବେଠୁ ସେ ଭାରତ ଛାଡି ଆମେରିକାରେ ନିଜ କ୍ରିକେଟ୍ ଖେଳ ଜାରି ରଖିଛନ୍ତି ।

Leave A Reply

Your email address will not be published.