Latest Odisha News

BREAKING NEWS

ଆସନ୍ତାକାଲି ଅନୁଷ୍ଠିତ ହେବ ସର୍ବ ଭାରତୀୟ ଚୟନ ପରୀକ୍ଷା ସିଇଇ-୨୦୨୪

ଭୁବନେଶ୍ଵର: ଆସନ୍ତାକାଲି ଅନୁଷ୍ଠିତ ହେବ ସର୍ବ ଭାରତୀୟ ଚୟନ ପରୀକ୍ଷା ସିଇଇ-୨୦୨୪। ବି.ଇଡି, ଏମ.ଇଡି, ବିଏ.ବି.ଇଡି, ବି.ଏସ୍.ସି.ବି.ଇଡି, ଏମ୍.ଏସସି.ଇଡି ଆଦି ଉନ୍ନତମାନର ଶିକ୍ଷାଭିତ୍ତିକ ପାଠପଢ଼ାପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ଏନ.ସି.ଇ.ଆର୍.ଟି.ର ପରୀକ୍ଷା ଆସନ୍ତାକାଲି ବିଭିନ୍ନ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ଵର, ଭୋପାଳ, ଆଜ୍ ମେର, ମୈସୂର ଓ ଶିଲଂରେ ଅନୁଷ୍ଠିତ ହେବ । ଚଳିତବର୍ଷ ଭାରତର ୨୯ଟି ସହରର ୫୮ଟି କେନ୍ଦ୍ରରେ ଏହି ପରିକ୍ଷା ଅନୁଷ୍ଠିତ ହେବ ।

ସକାଳ ୯ଟାରୁ ପରିକ୍ଷା ଆରମ୍ଭ ହୋଇ ଦିନ ୧୧ ପର୍ଯ୍ୟନ୍ତ ଚାଲିବ । ଏହି ସାଧାରଣ ଚୟନ ପରୀକ୍ଷାପାଇଁ ସମୁଦାୟ ୧୯,୫୪୭ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପ୍ରକାଶ ଥାଉକି, ଚଳିତ ବର୍ଷ ପ୍ରଥମଥରପାଇଁ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ଵର ଏହି ପରୀକ୍ଷା ନୋଡାଲ ସେଣ୍ଟର ଭାବେ ପରିଚାଳନା କରୁଛି।

Leave A Reply

Your email address will not be published.