Latest Odisha News

BREAKING NEWS

ଜୁନ୍ ୪ ହେଉଛି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ପାଇଁ ଆବେଦନର ଶେଷ ତାରିଖ, ଏହିପରି କରିବେ ଆବେଦନ

ଭୁବନେଶ୍ବର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଏନ.ସି.ଇ.ଆର.ଟି ର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର, ଭୋପାଳ, ଆଜମେର, ମଇଶୁର ଓ ଶିଲଂରେ ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ବି.ଏବି.ଇଡି, ବି.ଏସସି.ବି.ଇଡି, ବି.ଇଡି, ଏମ.ଇଡି, ଏମ.ଏସସି.ଇଡି, ଆଦି ଶିକ୍ଷା ଭିତ୍ତିକ ଅଧ୍ୟୟନରେ ନାମଲେଖା ପାଇଁ ଆବେଦନ ଆହ୍ୱାନ କରାଯାଉଛି I

ଏହି ଆବେଦନ ଆଧାରରେ ସିଇଇ ପରୀକ୍ଷା ଆସନ୍ତା ମାସ ୧୬ ତାରିଖରେ ଅନୁଷ୍ଠିତ ହେବ I ଆବେଦନର ଶେଷ ତାରିଖ ୦୪.୦୬.୨୦୨୪ ରହିଛି I ଚଳିତବର୍ଷ ସିଇଇ ୨୦୨୪ ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ପରୀକ୍ଷା ପରିଚାଳନା କରୁଅଛି I

ଅଧିକ ଜାଣିବା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀଗଣ www.cee.ncert.gov.in ରେ ଲଗଇନ୍ କରିବା ସହ ହେଲ୍ପଲାଇନ ନମ୍ବର ୮୨୮୦୩୩୭୧୮୯/୮୨୮୦୩୩୭୧୯୦ ରେ ଯୋଗାଯୋଗ କରିପାରିବେ I

Comments are closed.