Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର

ନୂଆଦିଲ୍ଲୀ: ଏନସିପି ମୁଖ୍ୟ ଶରଦ ପାଓ୍ୱାର ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି, ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୨୦ ରୁ ୨୫ ମିନିଟ୍ ଧରି ଆଲୋଚନା ହୋଇଥିଲା, ଏହି ବୈଠକରେ ମହାରାଷ୍ଟ୍ରର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ସୂଚନା ରହିଛି।

ଉଭୟଙ୍କ ମଧ୍ୟରେ ଏଭଳି ଏକ ସମୟରେ ଭେଟଘାଟ ହୋଇଛି ଯେତେବେଳେ ଇଡି ମନି ଲଣ୍ଡରିଂ ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ସହଯୋଗୀ  ଏବଂ ତାଙ୍କ ପତ୍ନୀଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ଥିବା ବେଳେ ମୋଦୀ-ପାଓ୍ୱାରଙ୍କ ଭେଟଘାଟ ଅନେକ ଅସମାହିତ ପ୍ରଶ୍ନକୁ ଜନ୍ମ ଦେଇଛି।

ଆଗକୁ ରାଷ୍ଟ୍ରପତି ନିର୍ବାଚନ ରହିଛି । ଶାସକ ବିଜେପି ପାଖରେ ନିର୍ବାଚନ ଜିତିବା ପାଇଁ ଦଳ ବାହାରର ଦୁଇଟି ଶାସକ ଦଳକୁ ନିଜ ସପକ୍ଷରେ ରଖିବାକୁ ହେବ । ନେହେଲେ ନିର୍ବାଚନ ଫଳାଫଳ କିଛି ବି ହେବାର ସମ୍ଭାବନା ରହିିଛି । ଏପରି ସ୍ଥିତିରେ ମୋଦୀ ପାଓ୍ୱାରଙ୍କୁ ଭେଟିଥିବାରୁ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ବିକାଶ ଅଘାଡି (ଏମଭିଏ) ସରକାରରେ କଂଗ୍ରେସ ଓ ଶରଦ ପାବାର ସହଯୋଗୀ ଦଳ ଭାବେ ରହିଛନ୍ତି।

Comments are closed.