Latest Odisha News

BREAKING NEWS

ପାୱାରଙ୍କ ବଡ ଘୋଷଣା : ସମାଜବାଦୀ ପାର୍ଟି ସହ ମିଶି ୟୁପି ନିର୍ବାଚନ ଲଢ଼ିବ ଏନସିପି

ଲକ୍ଷ୍ନୌ: ଏନସିପି ମୁଖ୍ୟ ଶରଦ ପାୱାର ଉତରପ୍ରଦେଶ ନିର୍ବାଚନରେ ସମାଜବାଦୀ ପାର୍ଟି ସହ ମିଶି ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ଅଖିଳେଶ ଯାଦବଙ୍କ ପାର୍ଟି ସହ ଗଠବନ୍ଧନ କରି ଆମେ ରାଜ୍ୟରୁ ବିଜେପିକୁ ହଟାଇବୁ ବୋଲି ସେ କହିଛନ୍ତି । ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଜେପି ଛାଡି ଏସପିରେ ଯୋଗ ଦେବା ପରେ ପାୱାର ଏହି ଘୋଷଣା ୟୁପି ନିର୍ବାଚନକୁ ସରଗରମ କରିଛି । ଏପରିକି ଆହୁରି ୧୩ ବିଧାୟକ ବିଜେପି ଛାଡିବେ ବୋଲି ପାୱାର ଭବିଷ୍ୟବାଣୀ କରିଛନ୍ତି । ୟୁପି ଜନତା ଏଥର ପରିବର୍ତନ ନେଇ ମନା ବଳାଇ ସାରିଲେଣି । ସ୍ୱାମୀ ପ୍ରସାଦଙ୍କ ପରେ ଯେଉଁମାନେ ଆମ ସହିତ ମିଶିବାକୁ ଚାହୁଁଛନ୍ତି ସେମାନଙ୍କୁ ସ୍ୱାଗତ ବୋଲି ପାୱାର କହିଛନ୍ତି ।

ଅପରପକ୍ଷରେ ବିଜେପିର ତୁଙ୍ଗ ନେତା କେଶବ ପ୍ରସାଦ ମୌର୍ଯ୍ୟ ତରବରିଆ ଭାବେ କୌଣସି ନିଷ୍ପତି ନ ନେବା ପାଇଁ ପାର୍ଟି ବିଧାୟକଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.