Latest Odisha News

BREAKING NEWS

କରୋନା ମୁକାବିଲା ପାଇଁ ବିଏମସିର ପଦକ୍ଷେପ, ରାସ୍ତାରେ ବସିବ ହାଟ

ଭୁବନେଶ୍ବର : ଧିରେ ଧିରେ ମୁଣ୍ଡ ଟେକି ଚାଲିଲାଣି ମହାମାରୀ କରୋନା । ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ସଜାଗ ହେଲାଣି ପ୍ରଶାସନ । ଖାସ କରି ରାଜଧାନୀ ଭୁବନେଶ୍ବରରେ ସଂକ୍ରମଣ ବଢ଼ିଥିବାରୁ ପଦକ୍ଷେପ ନେଇଛି ବିଏମସି । ବିଭିନ୍ନ ସ୍ଥାନରେ କଣ୍ଟେନମେଣ୍ଟ କଟକଣା ଲଗାଇଛି ବିଏମସି । ଆଉ ଏବେ କରୋନା ମୁକାବିଲା ପାଇଁ ଭିଡ଼ କମାଇବାକୁ ପୁଣି ବିକେନ୍ଦ୍ରୀକରଣ ହେବ ହାଟ ଓ ବଜାର । ଭୁବନେଶ୍ବର ମହାନଗର ନିଗମ- ବିଏମସି ଅଧୀନ ସମସ୍ତ ଜନଗହଳିପୂର୍ଣ୍ଣ ହାଟ ବଜାରରେ ଭିଡ଼ କମାଇବାକୁ ନିଆଯିବ ପଦକ୍ଷେପ ।

ପ୍ରଥମ ପର୍ଯ୍ୟାୟରେ ୟୁନିଟ-୪ ଓ ୟୁନିଟ-୧ ହାଟ ଓ ବଜାରରେ କରୋନା କଟକଣାରେ ବ୍ୟବସାୟ ପାଇଁ ବିଏମସି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ । ଆସନ୍ତା ଗୁରୁବାରରୁ ପୂର୍ବଭଳି ରାସ୍ତାକଡ଼ରେ ବଜାର ଓ ହାଟ ବସିବ । ବ୍ୟବସାୟୀ ଓ ଗ୍ରାହକମାନେ କୋଭିଡ କଟକଣା ମାନିବେ । ଏନେଇ ବିଏମସିର ଦକ୍ଷିଣ-ପୂର୍ବ ଜୋନାଲ ଡେପୁଟି କମିଶନର ମହେନ୍ଦ୍ର କୁମାର ବଢ଼େଇ ବ୍ୟବସାୟୀ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ ବିଏମସି କମିଶନର ସଞ୍ଜୟ ସିଂ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ମହାମାରୀ କରୋନା ସମୟରେ ବିଏମସିର ପଦକ୍ଷେପକୁ ଉଭୟ ପନିପରିବା ଓ ମାଛ ବ୍ୟବସାୟୀ ସଂଘ ସ୍ବାଗତ କରିଛନ୍ତି ।

Leave A Reply

Your email address will not be published.