ନୂଆଦିଲ୍ଲୀ: ଦେଶରେ ଆକସ୍ମିକ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଅନେକ ଜିମରେ ୱାର୍କ ଆଉଟ କରୁଥିବା ବେଳେ ପ୍ରାଣ ହରାଇଛନ୍ତି । ସେହିଭଳି ଅନେକ ବିନା କାରଣରେ ହଠାତ୍ ମୃତ୍ୟୁବରଣ କରିଛନ୍ତି । ଏହିପରି ଭାବରେ ଆକସ୍ମିକ ମୃତ୍ୟୁକୁ ନେଇ ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ବା ଏନସିଆରବିର ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ସାରା ଦେଶରେ ୫୬ ହଜାର ୬୫୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଗତ ବର୍ଷ ତୁଳନାରେ ଏହା ପ୍ରାୟ ୧୨% ଅଧିକ । ସେଥିମଧ୍ୟରୁ ୫୭% ମୃତ୍ୟୁ କେବଳ ହୃଦଘାତ କାରଣରୁ ଘଟିଛି। ଏନସିଆରବି ରିପୋର୍ଟ ରାଜ୍ୟ ପୋଲିସ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଉପରେ ଆଧାରିତ ।
ଗତ ମାସରେ ଏକ ଡାକ୍ତରୀ ଟିମ୍ ଏନେଇ ଅଧ୍ୟୟନ କରିଥିଲେ । ଆକସ୍ମିକ ମୃତ୍ୟୁ ଏବଂ କୋଭିଡ -୧୯ ଟୀକାକରଣ ମଧ୍ୟରେ କୌଣସି ସଂଯୋଗ ନଥିବା ଟିମ୍ ରିପୋର୍ଟରେ ଉଲ୍ଲେଖ କରିଛି । ପରିସଂଖ୍ୟାନରେ ଦର୍ଶାଯାଇଛି ଯେ ମୃତକଙ୍କ ମଧ୍ୟରୁ ଅଧିକାଂଶ ପୁରୁଷ ଓ ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶରୁ ଅଧିକ ୪୫ ରୁ ୬୦ ବର୍ଷ ବୟସ୍କ ।
ଗତବର୍ଷ ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ୧୪,୯୨୭ ରେକର୍ଡ କରାଯାଇଥିଲା । କେରଳରେ ୬୬୦୭ ଓ କର୍ଣ୍ଣାଟକରେ ୫୮୪୮ଜଣଙ୍କ ମୃତ୍ୟୁ ହୋଇଛି । ୨୦୨୨ ମସିହାରେ ହୃଦଘାତ ଯୋଗୁଁ ୩୨,୪୧୦ ଜଣଙ୍କର ମୃତ୍ୟୁ ହୋଇଥିଲା, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୧୪% ଅଧିକ।
ହୃଦଘାତ ଯୋଗୁଁ ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ୧୨,୫୯୧ରେକର୍ଡ ହୋଇଛି । କେରଳରେ ୩୯୯୩ ଏବଂ ଗୁଜରାଟରେ ୨୮୫୩ ଜଣଙ୍କ ମୃତ୍ୟୁ ହୋଇଛି ।ଏନସିଆରବିରେ ଦର୍ଶାଯାଇଥିବା ତଥ୍ୟ ଅନୁସାରେ ମୋଟ ୨୮,୦୦୫ଜଣ ପୁରୁଷ ଥିବା ବେଳେ ୨୨ହଜାର ମୃତକଙ୍କ ବୟସ ୪୫ରୁ ୬୦ବର୍ଷ ମଧ୍ୟରେ ରହିଛି।
Comments are closed.