Latest Odisha News

BREAKING NEWS

ପେନକିଲର ମେଫଟାଲ ବ୍ୟବହାର କରୁଥିଲେ ସାବଧାନ ! 

ନୂଆଦିଲ୍ଲୀ: ପେନକିଲର ପ୍ରତି ସାବଧାନ ରୁହନ୍ତୁ । ପେନକିଲର ମେଫଟାଲର ରହିଛି ବ୍ୟାପକ ପାର୍ଶ୍ୱ ପ୍ରତିକ୍ରିୟା । ଏନେଇ ଉଦବେଗ ପ୍ରକାଶ କରିଛି ଇଣ୍ଡିଆନ ଫାର୍ମାକୋପିଆ କମିଶନ । ଡାକ୍ତର ଓ ରୋଗୀଙ୍କ ଲାଗି ଆଇପିସି ଜାରି କରିଛି ଡ୍ରଗ ସେଫଟି ଆଲର୍ଟ ।

ମୁଣ୍ଡବ୍ୟଥା, ମାଂସପେଶୀ ଯନ୍ତ୍ରଣା, ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇଁ ପେନକିଲର ମେଫଟାଲ ବ୍ୟବହାର କରାଯାଉଛି। ଏପରିକି ମହିଳାଙ୍କ ମାସିକ ଋତୁସ୍ରାବଜନିତ ଯନ୍ତ୍ରଣା ସମୟରେ ବି ଏହି ପେନକିଲର ମହିଳାମାନେ ଖାଉଥିବାରୁ ଏହାକୁ ନେଇ ବଢିଛି ଚିନ୍ତା । ସାରା ଦେଶରେ ମେଫଟାଲର ବ୍ୟାପକ ବ୍ୟବହାର ହେଉଥିବାବେଳେ ଡାକ୍ତରମାନେ ବି ଅଧିକାଂଶ ସମୟରେ ଏହାକୁ ବ୍ୟବହାର ପାଇଁ ପରାମର୍ଶ ଦେଉଛନ୍ତି ।

ଇବୁପ୍ରୋଫେନ ଓ ନାପ୍ରୋକ୍ସେନ ସମେତ ନନଷ୍ଟେରଏଡାଲ ଆଣ୍ଟି ଇନଫ୍ଲେମେଟୋରୀ ଡ୍ରଗସ ପାର୍ଶ୍ୱ ପ୍ରତିକ୍ରିୟା ଭାବେ ଡ୍ରେସ ସିଣ୍ଡ୍ରୋମ ପ୍ରକାଶ ପାଇଥାଏ । ମେଫଟାନିକ ଏସିଡ ଜରିଆରେ ଇସିନୋଫିଲିଆ ଓ ନାନାପ୍ରକାର ପ୍ରତିକ୍ରିୟା ସୃଷ୍ଟି କରିଥାଏ ଯାହାକୁ ଡ୍ରେସ ସିଣ୍ଡ୍ରୋମ କୁହାଯାଇଥାଏ । ୧୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଏହା ପ୍ରାଣଘାତୀ ସାବ୍ୟସ୍ତ ହୋଇଛି । ମେଫଟାଲ ବ୍ରାଣ୍ଡରେ ପେନକିଲର ମେଫନାମିକ ଏସିଡ୍ ବିକ୍ରି ହେଉଥିବାରୁ ଉଦବେଗ ପ୍ରକାଶ କରିଛି ଇଣ୍ଡିଆନ ଫାର୍ମାକୋପିଆ କମିଶନ ବା ଆଇପିସି । ଡାକ୍ତର ଓ ରୋଗୀଙ୍କ ଲାଗି ଆଇପିସି ଜାରି କରିଛି ଡ୍ରଗ ସେଫଟି ଆଲର୍ଟ । ବିଭିନ୍ନ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ଅନୁଧ୍ୟାନ କରୁଥିବା ଫାର୍ମକୋଭିଜିଲାନ୍ସ ପ୍ରୋଗ୍ରାମ ଅଫ ଇଣ୍ଡିଆ ବା ପିଭିପିଆଇ ପକ୍ଷରୁ କୁହାଯାଇଛି ।

ବିନା ପ୍ରେସକ୍ରିପସନରେ ମେଫଟାଲ ବିକ୍ରି ହେଉ ନଥିଲେ ମଧ୍ୟ ଏହାକୁ ଭାରତୀୟମାନେ ବହୁଳ ଭାବେ ବ୍ୟବହାର କରିଥାନ୍ତି । ଏପରିକି ପିଲାଙ୍କ ଜ୍ୱର ଭଲ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ଯାହା ନାନା ପ୍ରକାର ଚର୍ମ ସଂକ୍ରମଣ କରିବା ସହ ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ନଷ୍ଟ ମଧ୍ୟ କରିଦେଇଥାଏ ।

 

Leave A Reply

Your email address will not be published.