Latest Odisha News

ଏନଡିଏ ଭାରତ ଆତ୍ମାର ପ୍ରତିବିମ୍ବ: ମୋଦି

ନୂଆଦିଲ୍ଲୀ: ଏନ୍‌ଡିଏ ନେତା ନିର୍ବାଚିତ ପରେ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ । ମୋଦି କହିଛନ୍ତି ଏନଡିଏ ଭାରତର ଆତ୍ମାର ପ୍ରତିବିମ୍ବ । ସର୍ବସମ୍ମତିରେ  ମୋତେ ବାଛି ନୂଆ ଦାୟିତ୍ବ ଦେଇଛନ୍ତି, ଏଥିପାଇଁ ମୁଁ ଆପଣମାନଙ୍କ ପାଖରେ ସବୁବେଳେ କୃତଜ୍ଞ । ଏନ୍‌ଡିଏ ଆଜି ୨୨ ରାଜ୍ୟରେ ସରକାର କରିବାର ମୌକା ପାଇଛି । ଆଦିବାସୀ ବହୁଳ ୧୦ ରାଜ୍ୟରୁ ୭ ରାଜ୍ୟରେ ଏନ୍‌ଡିଏ ସରକାର ହୋଇଛି।

ଏନ୍‌ଡିଏ ଭଳି ଅନ୍ୟ କୌଣସି ପ୍ରି-ପୋଲ୍‌ ଆଲାଏନ୍ସ ସଫଳ ହୋଇନି କହିଛନ୍ତି ମୋଦି । ଏନ୍‌ଡିଏ ହେଉଛି ସବୁଠାରୁ ସଫଳ ଆଲାଏନ୍ସ । ଏମିତିକି ୩୦ ବର୍ଷ ହେଲାଣି ଏକ ଅର୍ଗାନିକ ଆଲାଏନ୍ସ ପାଲଟିଛି ଏନ୍‌ଡିଏ  । ଏନ୍‌ଡିଏ କଥା କହିଲା କ୍ଷଣି, ଏକ ଗୁଡ୍‌ ଗଭର୍ଣ୍ଣାନ୍ସ ମନକୁ ଆସିଯାଏ କହିଛନ୍ତି ମୋଦି।

ସେ ଆହୁରି କହିଛନ୍ତି, ଗରିବର କଲ୍ୟାଣ ଏନ୍‌ଡିଏ ଶାସନର କେନ୍ଦ୍ରସ୍ଥଳ ପାଲଟିଛି । ଆଗାମୀ ୧୦ ବର୍ଷରେ ଗୁଡ୍‌ ଗଭର୍ଣ୍ଣାନ୍ସ, ବିକାଶର ନୂଆ ଅଧ୍ୟାୟ ଲେଖାଯିବ । ଆମେ ସମସ୍ତେ ମିଶି ବିକଶିତ ଭାରତ ସ୍ବପ୍ନକୁ ସାକାର କରିବା । ସଂସଦରେ ଯେକୌଣସି ଦଳର ସାଂସଦ ମୋ ପାଇଁ ସମାନ ,ମୋ ପାଖରେ କୌଣସି ପ୍ରକାର ଭେଦଭାବ ନାହିଁ କହିଲେ ମୋଦି ।

ଆଜି ତଥା ଶୁକ୍ରବାର ସମ୍ବିଧାନ ଭବନରେ ଏନଡିଏ ସଂସଦୀୟ ଦଳର ବୈଠକ ବସିଥିଲା । ଯେଉଁଥିରେ ଏନଡିଏ ମେଣ୍ଟର ନେତା ଭାବେ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚିତ କରାଯାଇଛି ।  ତେବେ ରାଜନାଥ ସିଂହ ଦଳର ବୈଠକରେ ଏହି ପ୍ରସ୍ତାବ ରଖିଥିଲେ । ଯାହାକି ସର୍ବସମ୍ମତି କ୍ରମେ ପାସ୍ ହୋଇଥିଲା ।  ଯାହାକୁ ସମର୍ଥନ ଜଣାଇଛନ୍ତି  ଅମିତ ଶାହ ଓ ନୀତିନ ଗଡ଼କରୀ ।

ଲଗାତାର ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ  ହେବାକୁ ଯାଉଛନ୍ତି ମୋଦି । ମୋଦି ଆସନ୍ତା ଜୁନ୍ ୯ରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ରାଷ୍ଟ୍ରୀୟ ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଥିବା ଏହି ଶପଥ ଗ୍ରହଣ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଜୋରଦାର ଚାଲିଛି।

Leave A Reply

Your email address will not be published.