ୱାଶିଂଟନ: ଫୋବର୍ସ ପତ୍ରିକାରେ କରୋନା ଭାଇରସ ନେଇ ଏକ ତଥ୍ୟଭିତିକ ରିପୋର୍ଟ ପ୍ରକାଶ ପାଇଛି । ହଂକଂର ଲୋକପ୍ରିୟ ଏଜେନ୍ସି ଡିପ ନଲେଜ ଗ୍ରୁପ ଲୋକଙ୍କ ସୁରକ୍ଷା, ଚିକିତ୍ସା ଓ ସରକାରୀ ମ୍ୟାନେଜମେଂଟ ପରି ୭୬ ବିଷୟରେ ୨୦୦ ଦେଶକୁ ନେଇ ସର୍ଭେ କରିବା ସହ ରିପୋର୍ଟ ପ୍ରକାଶ କରିଛି । ସଂକ୍ରମଣ ରୋକିବା ତାଲିକାରେ ଇଟାଲି ପ୍ରଥମ ସ୍ଥାନରେ ରହିଥିବା ବେଳେ ଚୀନଠାରୁ ଭାରତ ଆଗରେ ରହିଛି । ୨୦ ଦେଶ ମଧ୍ୟରୁ ଭାରତ ୧୫ତମ ସ୍ଥାନରେ ରହିଛି ।
ସୁରକ୍ଷାରେ ଇସ୍ରାଏଲ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଜର୍ମାନୀ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଭାରତ ପ୍ରଥମ ୪୦ ମଧ୍ୟରେ ରହି ନାହିଁ । ଚିକିତ୍ସା ସୁବିଧାରେ ଜର୍ମାନୀ ଆଗରେ ରହିଛି ।
Comments are closed.