Latest Odisha News

BREAKING NEWS

ଆଜି ଦେଶରୁ ୧୬ ହଜାର କୋଭିଡ୍ ପଜିଟିଭ୍, ୧୧୩ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଛି ଦୈନିକ କରୋନା କେସ୍ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ହଜାର ୪୮୮ ନୂଆ ଆକ୍ରାନ୍ତ । ଦେଶରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୦ଲକ୍ଷ ୭୯ ହଜାର ୯୭୯କୁ ବୃଦ୍ଧି ପାଇଛି । ଦିନକରେ ମହାରାଷ୍ଟ୍ରରେ ସର୍ବାଧିକ ୮ହଜାର ୩୩୩ ନୂଆ ସଂକ୍ରମିତ ହୋଇଥିବା ବେଳେ କେରଳରେ ଏହି ସଂଖ୍ୟା ରହିଛି ୩ହଜାର ୬୭୧ । କର୍ଣ୍ଣାଟକରେ ୫୭୧, ପଞ୍ଜାବ ୬୨୨ ଓ ମଧ୍ୟପ୍ରଦେଶରେ ସଂକ୍ରମିତ ହୋିଛନ୍ତି ଆଉ ୩୩୨ ଜଣ ।

ଏହି ସମୟରେ ମହାମାରୀ ନେଇଛି ଆଉ ୧୧୩ ଜୀବନ । ଗତ ସପ୍ତାହେ ଭିତରେ ଦୈନିକ ମୃତ୍ୟୁସଂଖ୍ୟା ବି ବଢିଛି । ଦେଶରେ ବର୍ତ୍ତମାନ ସୁଦ୍ଧା କରୋନାରେ ୧ଲକ୍ଷ ୫୬ ହଜାର ୯୩୮ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ଦେଶରେ ସୁସ୍ଥ ହାର ବଢୁଥିଲେ ବି ଏବେ ଦୈନିକ ଆକ୍ରାନ୍ତଙ୍କ ଅପେକ୍ଷା ଏହି ସଂଖ୍ୟା କମ୍ ରହିଛି । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ଆଉ ୧୨ହଜାର ୭୭୧ କରୋନା ଆକ୍ରାନ୍ତ । ଦେଶରେ ଆରୋଗ୍ୟ ଲାଭ କରିଛନ୍ତି ମୋଟ୍ ୧କୋଟି ୭ଲକ୍ଷ ୬୩ହଜାର ୪୫୧ ସଂକ୍ରମିତ । ଏବେ ୧ଲକ୍ଷ ୫୯ହଜାର ୫୯୦ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.