Latest Odisha News

BREAKING NEWS

୫ଟି ସଂକ୍ରମଣ ପ୍ରବଣ ରାଜ୍ୟର ଫେରନ୍ତାଙ୍କ ଉପରେ ରହିବ ନଜର

ଭୁବନେଶ୍ୱର: ଓଡ଼ିଶାକୁ ୫’f ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ ଲାଗୁ ହେଲା କଟକଣା । ଏହି ୫ଟି ରାଜ୍ୟ ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ । ପୂର୍ବରୁ ୧୨ଟି ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ କୁହାଯାଇଥିଲା । ୭ ଦିନ ହୋମ୍‌ ଆଇସୋଲେସନରେ ରହିବା ବାଧ୍ୟତାମୂଳକ । ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ ।

କୋଭିଡ ନେଗେଟିଭ ରିପୋର୍ଟ ଥିଲେ ହୋମ୍‌ ଆଇସୋଲେସନ ବାଧ୍ୟତାମୂଳକ ନୁହେଁ । ୭୨ ଘଣ୍ଟାର କୋଭିଡ ନେଗେଟିଭ ରିପୋର୍ଟ ଥିଲେ ବାଧ୍ୟତାମୂଳକ ନୁହେଁ । କୌଣସି ଲକ୍ଷଣ ଥିଲେ RT-PCR ଟେଷ୍ଟ କରାଯିବ । ସ୍ଥିତି ଦେଖି ଅନ୍ୟ ରାଜ୍ୟ ଫେରନ୍ତାଙ୍କ ପାଇଁ ନିୟମ ଲାଗୁ ହୋଇପାରେ । ଏସବୁ ହାଇ ରିସ୍କ ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ୱତନ୍ତ୍ର କଟକଣା ରହିଛି ।

Leave A Reply

Your email address will not be published.