Latest Odisha News

BREAKING NEWS

୨୪ ଘଣ୍ଟାରେ ପୁଣି ବଢ଼ିଲା: ଦେଶରୁ ୬୩ ହଜାର ନୂଆ ଆକ୍ରାନ୍ତ, ୭୩୦ ମୃତ

ନୂଆଦିଲ୍ଲୀ: ୨୪ ଘଣ୍ଟା ଭିତରେ ସାରା ଦେଶରେ ପୁଣି ବଢ଼ିଛି କରୋନା କେସ । ଚିହ୍ନଟ ହୋଇଛନ୍ତି ୬୩ ହଜାର ୫୦୯ ଆକ୍ରାନ୍ତ । ତାପୂର୍ବ ଦିନ ୫୫ ହଜାର ପଜିଟିଭ୍ ବାହାରିଥିଲେ । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ଲକ୍ଷ ୩୯ ହଜାର ୩୯୦କୁ ବୃଦ୍ଧି ପାଇଛି ।

ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ହ୍ରାସ ପାଇଛି । ହଜାରରୁ କମ୍ ରହିଛି । କିନ୍ତୁ ଦେଶରେ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୧୦ ହଜାର ଡେଇଁଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୭୩୦ ଆକ୍ରାନ୍ତ । ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ମହାମାରୀରେ ମଲେଣି ୧ ଲକ୍ଷ ୧୦ ହଜାର ୫୮୬ ।

ଏଣିକି ଦେଶରେ ପ୍ରତିଦିନ ଚିହ୍ନଟ ହେଉଛନ୍ତି କମ୍ ଆକ୍ରାନ୍ତ । ସୁସ୍ଥ ହେଉଛନ୍ତି ବେଶୀ । ବର୍ତ୍ତମାନ ସୁଦ୍ଧା ସାରା ଦେଶରୁ ୬୩ ଲକ୍ଷ ୧ ହଜାର ୯୨୮ ସଂକ୍ରମତ ଆରୋଗ୍ୟ ଲାଭ କଲେଣି । ଆକ୍ଟିଭ୍ କେସ୍ ରହିଛି ୮ ଲକ୍ଷ ୨୬ ହଜାର ୮୭୬ ।

ଗତ ୨୪ ଘଣ୍ଟାରେ ଭାରତରେ ୧୧ ଲକ୍ଷ ୪୫ ହଜାର କୋଭିଡ୍ ଟେଷ୍ଟ କରାଯାଇଛି । ଏହାକୁ ମିଶାଇ ଏଯାଏ ମୋଟ୍ ୯ କୋଟି ୯୦ ହଜାର ନମୁନା ପରୀକ୍ଷା କରାଗଲାଣି ।

Leave A Reply

Your email address will not be published.