Latest Odisha News

BREAKING NEWS

ଏନଡି ଟିଭି ବୋର୍ଡ ପଦରୁ ଇସ୍ତଫା ଦେଲେ ପ୍ରଣୟ ଏବଂ ରାଧିକା

ନୂଆଦିଲ୍ଲୀ: ଏନଡି ଟିଭିର ମାଲିକ ତଥା ପ୍ରତିଷ୍ଠାତା ସ୍ୱାମୀ-ସ୍ତ୍ରୀ ପ୍ରଣୟ ରୟ ଏବଂ ରାଧିକା ରୟ ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ୍ ଲିମିଟେଡ୍ (ଆରଆରପିଆରଏଚ୍) ବୋର୍ଡର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଷ୍ଟକ ଏକ୍ସଚେଞ୍ଜକୁ ଏନଡିଟିଭି ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହି ନିୟାମକ ଫାଇଲିଂରେ ଏନଡିଟିଭି ଲିମିଟେଡ୍ କହିଛି ଯେ ସୁଦୀପ୍ତ ଭଟ୍ଟାଚାର୍ଯ୍ୟ, ସଞ୍ଜୟ ପୁଗାଲିଆ ଏବଂ ସେନ୍ଥିଲ ସିନ୍ନିଆ ଚେଙ୍ଗଲଭାରାୟାନଙ୍କୁ ଆରଆରପିଆରଏଚ୍ ବୋର୍ଡର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଆଦାନୀ ଗ୍ରୁପ୍ ନ୍ୟୁଜ୍ ମିଡିଆ କମ୍ପାନୀ ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍ (ଏନଡିଟିଭି)ର ପ୍ରମୋଟର ଗ୍ରୁପ୍ ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ୍ ଲିମିଟେଡରେ 99.5 ପ୍ରତିଶତ ଅଂଶଧନ କିଣିଛି।

Leave A Reply

Your email address will not be published.