Latest Odisha News

BREAKING NEWS

ରେକର୍ଡ ଟିକାକରଣ: ଦିନକରେ ଦେଶରେ ଦିଆଗଲା ୮୩ ଲକ୍ଷ ଡୋଜ୍ ଟିକା

ନୂଆଦିଲ୍ଲୀ: ଦେଶରେ ଟିକାକରଣରେ ନୂଆ ମାଇଲଖୁଣ୍ଟ । ଗତକାଲି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଟିକାଦାନ ହୋଇଛି । ଦିନକରେ ଦିଆଯାଇଛି ୮୩ ଲକ୍ଷ ଡୋଜ୍ କୋଭିଡ୍ ଟିକା । ନୂଆ ଟିକା ନୀତି ପରେ ଗତକାଲିଠାରୁ ଆରମ୍ଭ ହୋଇଛି ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣା ଟିକାକରଣ । ପ୍ରଥମ ଥର ପାଇଁ ଦିନକରେ ଏତେ ଟିକାଦାନ ହୋଇଛି । ପୂର୍ବରୁ ଏପ୍ରିଲ ମାସରେ ଗୋଟିଏ ଦିନରେ ୪୮ଲକ୍ଷ ଡୋଜ୍ ଟିକା ଦିଆଯାଇଥିଲା ।

ରେକର୍ଡ ସଂଖ୍ୟକ ଟିକାକରଣକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ସେ ଲେଖିଛନ୍ତି, ରେକର୍ଡ ବ୍ରେକିଂ ଟିକାକରଣ ପ୍ରଶଂସନୀୟ । କୋଭିଡ୍ ବିରୋଧୀ ଲଢ଼େଇରେ ଟିକା ହେଉଛି ଆମର ସବୁଠୁ ବଡ଼ ଅସ୍ତ୍ର । ଟିକା ନେଇଥିବା ଓ ଟିକା ଦେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ଲେଖିଛନ୍ତି Well done India ।

ଗତକାଲି ରାତି ୮ଟା ସୁଦ୍ଧା ୮୨ ଲକ୍ଷ ୭୦ହଜାରରୁ ଅଧିକ ଡୋଜ୍ ଟିକା ଦିଆଯାଇଥିଲା । ମଧ୍ୟପ୍ରଦେଶରେ ସର୍ବାଧିକ ୧୬ ଲକ୍ଷ, କର୍ଣ୍ଣାଟକରେ ୧୦ ଲକ୍ଷ, ଉତ୍ତରପ୍ରଦେଶରେ ୬ ଲକ୍ଷ ୯୦ ହଜାର, ଗୁଜରାଟରେ ୫ଲକ୍ଷରୁ ଅଧିକ, ବିହାରରେ ଦିଆଯାଇଥିଲା ୪ ଲକ୍ଷ ୯୯ ହଜାର ଡୋଜ୍ କୋଭିଡ୍ ଟିକା । ୧୮ ବର୍ଷରୁ ସମସ୍ତଙ୍କୁ ମାଗଣା ଟିକାରଣ ପାଇଁ ଗତକାଲିଠାରୁ ରାଜ୍ୟଗୁଡ଼ିକ ଟିକା ଯୋଗାଇବା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଟିକାକରଣ ଅଭିଯାନକୁ ବ୍ୟାପକ କରିବା ପାଇଁ ରାଜ୍ୟଗୁଡ଼ିକ ସ୍ୱତନ୍ତ୍ର ବ୍ୟବସ୍ଥା ବି କରିଛନ୍ତି ।

Leave A Reply

Your email address will not be published.