Latest Odisha News

BREAKING NEWS

ସାରା ବିଶ୍ୱରେ ୫.୫ କୋଟି ଟିକା ଆବଣ୍ଟନ ପ୍ଲାନ୍ ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ସାରା ବିଶ୍ୱକୁ ସହଯୋଗର ହାତ ବଢ଼ାଇଛି ଆମେରିକା । ମୋଟ୍ ୮ କୋଟି ଡୋଜ୍ ଟିକା ବାଣ୍ଟିବ ବୋଲି ନିକଟରେ ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏବେ ହ୍ୱାଇଟ୍ ହାଉସ୍ ପକ୍ଷରୁ ଟିକା ଆବଣ୍ଟନ ପ୍ଲାନ ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୫କୋଟି ୫୦ ଲକ୍ଷ ଡୋଜ୍ ଟିକା କାହାକୁ ଓ କେମିତି ଦିଆଯିବ ସେବାବଦରେ ସୂଚନା ଦେଇଛି ଆମେରିକା ।

ଏଥିରୁ ୧କୋଟି ୬୦ ଲକ୍ଷ ଡୋଜ୍ ଟିକା ଭାରତ ଓ ବାଂଲାଦେଶ ଭଳି ଦେଶକୁ ମିଳିବ । ଚଳିତମାସ ଶେଷ ସୁଦ୍ଧା ବିଭିନ୍ନ ଦେଶକୁ ଆମେରିକା ପଠାଇବ ଟିକା । ମୋଟ୍ ୮ କୋଟି ଡୋଜ୍ ଟିକାର ୭୫ ପ୍ରତିଶତ କୋଭାକ୍ସ ଅଭିଯାନ ଜରିଆରେ ଆବଣ୍ଟିତ କରାଯିବ । ବାକି ୨୫ ପ୍ରତିଶତ ଟିକା ଅତ୍ୟଧିକ ସଂକ୍ରମିତ ଦେଶକୁ ଦେବ ଆମେରିକା ।

ଆମେରିକାର ସୂଚନା ଅନୁସାରେ ଭାରତ, ନେପାଳ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ସମେତ ଏସୀୟା ମହାଦେଶର ବିଭିନ୍ନ ଦେଶକୁ ପାଖାପାଖି ୧କୋଟି ୬୦ ଲକ୍ଷ ଡୋଜ୍ ଟିକା ଦେବ । ନିକଟରେ ଶେଷ ହୋଇଥିବା ଜି-୭ ଶିଖର ସମ୍ମିଳନୀରେ ଗରିବ ରାଷ୍ଟ୍ରକୁ ଟିକା ଯୋଗାଇବା ଉପରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.