Latest Odisha News

BREAKING NEWS

ଉତ୍ତରାଖଣ୍ଡର ପ୍ରାୟ ଏକ ତୃତୀୟାଂଶ ଅଞ୍ଚଳରେ ଏବେ ବି ରହିଛି ବନ୍ୟା ଆଶଙ୍କା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପ୍ରାୟ ଏକ ତୃତୀୟାଂଶ ଅଞ୍ଚଳରେ ଏବେ ବି ହିମସ୍ଖଳନ ଏବଂ ବନ୍ୟା ପରି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ହିମାଳୟ ପରିସରର ଭାରତୀୟ ପାର୍ଶ୍ୱରେ ୫୦୦୦ ରୁ ଅଧିକ ଗ୍ଲାସିଅଲ୍ ହ୍ରଦକୁ ମ୍ୟାପ୍ କରିବା ପରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଉତ୍ତରାଖଣ୍ଡରେ ୫୦୦ ରୁ ଅଧିକ ଗ୍ଲାସିୟର୍‌ ହ୍ରଦରେ ବିସ୍ଫୋରଣ ହେବାର ଆଶଙ୍କା ରହିଛି।

ନିକଟରେ ଚାମୋଲି ଜିଲ୍ଲାର ଏକ ବନ୍ୟା ପରିସ୍ଥିତି ଶହ ଶହ ଲୋକଙ୍କୁ ବୁଡ଼ାଇ ଦେଇଛି ଏବଂ ରବିବାର ଦିନ ଜିଲ୍ଲାର ତାପୋବନ ଅଞ୍ଚଳରେ ନୂତନ ଭାବେ ନିର୍ମିତ ବନ୍ଧ ଓ ସେତୁ ଏବଂ ଦୁଇଟି ବିଦ୍ୟୁତ୍ ପ୍ରକଳ୍ପ ପୋଛି ଦେଇଛି।

ତଥ୍ୟ ଅନୁଯାୟୀ ଉତ୍ତରାଖଣ୍ଡ ତହସିଲର ଏକ ତୃତୀୟାଂଶ ଗ୍ଲାସିଆଲ୍ ହ୍ରଦ ବିସ୍ଫୋରଣ ହୋଇ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା କରାଯାଉଛି।

Comments are closed.