Latest Odisha News

BREAKING NEWS

ଶ୍ରୀମନ୍ଦିର ଭିତର ବେଢ଼ା ଫଟୋ ଭାଇରାଲ ଘଟଣାରେ ସିଂହଦ୍ୱାର ଥାନାରେ ଏତଲା, ତଦନ୍ତ ଆରମ୍ଭ

ପୁରୀ: ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ କରିବା ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ପୁରୀ ସିଂହଦ୍ୱାର ଥାନାରେ ଏତଲା ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ । ମାମଲା ରୁଜୁ ପରେ ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍ ଘଟଣାର ଆରମ୍ଭ ହୋଇଛି ତଦନ୍ତ ।

କିଏ ଓ କେଉଁ ପରିସ୍ଥିତିରେ ମନ୍ଦିର ଭିତରେ ଫଟୋ ଉଠାଇଲା ? ମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ ଗଲା କେମିତି ? କାହାର ରହିଛି ସଂପୃକ୍ତି, ସେନେଇ ଖୋଳତାଡ ଆରମ୍ଭ କରିଛି ସିଂହଦ୍ୱାର ଥାନା ପୋଲିସ । ଇନ୍‌ଷ୍ଟାଗ୍ରାମ୍‌ରେ ଇଣ୍ଡିଆନ୍‌ ଟେମ୍ପୁଲସ ୟୁଜର ଆଇଡିରେ ଶ୍ରୀମନ୍ଦିର ଭିତର ଫଟୋ ଛଡ଼ାଯାଇଛି ।

ଦକ୍ଷିଣ ଦ୍ୱାର ଗୁମୁଟ ନିକଟ ସମ୍ପାତ୍ତି ମନ୍ଦିର ଆଗରେ ଉଠାଯାଇଛି ଏହି ଫଟୋ । ଗତ ଦୁଇ ତାରିଖରେ ପୋଷ୍ଟ ହୋଇଛି ଫଟୋ । ପୁଣି ଥରେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।

Leave A Reply

Your email address will not be published.