Latest Odisha News

BREAKING NEWS

ଭାରତକୁ ମୁଁ ବହୁତ ମିସ୍ କରୁଛି କହିଲେ ନିକ୍ : ଘର ଜ୍ୱାଇଁ ହେବାକୁ ପରାମର୍ଶ ଦେଲେ ପ୍ରଶଂସକ

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ସ୍ୱାମୀ ନିକ୍ ଜୋନାସ ଝିଅକୁ ଧରି ଶୁକ୍ରବାର ଭାରତ ଆସିଛନ୍ତି । ମୁମ୍ବାଇରେ ପହଞ୍ଚିବାର ଗୋଟିଏ ଦିନ ପରେ ନିକ୍ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଭାରତ ପ୍ରତି ନିଜର ଭାବନା ପ୍ରକାଶ କରିଛନ୍ତି ।

ସେୟାର କରିଥିବା ଫଟୋଟି ଏକ ବାଲକୋନୀରେ ଉଠାଇଛନ୍ତି । ଯେଉଁଥିରେ ସେ ଏକ ହଳଦିଆ ରଙ୍ଗର କୁର୍ତ୍ତା ପିନ୍ଧିବା ସହ ଚଷମା ପିନ୍ଧିଛନ୍ତି । ଏହି ଲୁକରେ ନିକ୍ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏହି ଫଟୋରେ ଲେଖିଛନ୍ତି ଯେ, ‘ଭାରତ, ମୁଁ ତୁମକୁ ବହୁତ ମିସ୍ କଲି । ଏହା ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଲୋକେ ଭାରତରେ ଘର ଜ୍ୱାଇଁ ହୋଇ ରହିଯାଆନ୍ତୁ ବୋଲି ମତ ଦେଇଥିବା ବେଳେ ଆଉ କିଏ ଭାରତ ସଂସ୍କୃତି,ପରମ୍ପରାକୁ ବୁଝିବାକୁ ଚେଷ୍ଟା କରି ବୋଲି ମତ ଦେଇଛନ୍ତି ।

Comments are closed.