Latest Odisha News

BREAKING NEWS

ଜାତିସଂଘ ପକ୍ଷରୁ କିସ୍‍କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର

ଭୁବନେଶ୍ୱର : ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କିସ୍‍କୁ ୟୁନେସ୍କୋ ଇଣ୍ଟରନ୍ୟାସ୍‍ନାଲ୍‍ ଲିଟେରାସି ପୁରସ୍କାର- ୨୦୨୨ ମିଳିଛି। ଆଫିକ୍ରାର ଡି ଆଇଭୋର କୋଷ୍ଟଠାରେ ୟୁନେସ୍କୋ ପକ୍ଷରୁ ଅନୁଷ୍ଠିତ ଏହି ପୁରସ୍କାର ବିତରଣ ଉତ୍ସବରେ କିସ୍‍ର ପ୍ରତିନିଧି ଏହି ପୁରସ୍କାର ଗ୍ରହଣ କରିଥିଲେ । ପୁରସ୍କାର ବାବଦରେ କିସ୍‍କୁ ୨୦ ହଜାର ଆମେରିକୀୟ ଡଲାର ଓ ମେଡାଲ୍‍ ଓ ପ୍ରଶସ୍ତିପତ୍ର ପ୍ରଦାନ କରଯାଇଥିଲା । ଏହି ଅନ୍ତର୍ଜାତୀୟ ଶିକ୍ଷା ପୁରସ୍କାର ପାଇବାରେ କିସ୍‍ ବିଶ୍ୱର ପ୍ରଥମ ଜନଜାତି ଅନୁଷ୍ଠାନ ହୋଇଥିବା ବେଳେ ଭାରତର ସମସ୍ତ ଘରୋଇ ଓ ସରକାରୀ ଅନୁଷ୍ଠାନ କ୍ଷେତ୍ରରେ ୫ମ ଅନୁଷ୍ଠାନ ଓ ତୃତୀୟ ଏନ୍‍ଜିଓ ।

ଏହି ଅବସରରେ କିସର ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଲଡୁ ବଣ୍ଟନ ସହ ଶୁଭେଚ୍ଛା ଜଣାଇଥିଲେ । କିସ ବିଶ୍ୱର ସର୍ବବୃହତ ଆବାସିକ ଓ ଜନଜାତି ଶିକ୍ଷାନୁଷ୍ଠାନ । ଏଠାରେ ଶିକ୍ଷାଲାଭ କରୁଥିବା ସମସ୍ତ ଜନଜାତି ଛାତ୍ରଛାତ୍ରୀଙ୍କ ସହ ଉତ୍ତୀର୍ଣ୍ଣ ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ସାମଗ୍ରିକ ବିକାଶ, ଧନ୍ଦାମୂଳକ ତାଲିମ ଓ କ୍ରୀଡାରେ ଉତ୍କର୍ଷତା ପ୍ରତିପାଦନ ନିମନ୍ତେ ସମସ୍ତ ପ୍ରକାର ସୁଯୋଗ ଯୋଗାଇ ଦେଉଛି । ୨୦୧୫ ମସିହାରୁ କିସ୍‍ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦ ଦ୍ୱାରା ସ୍ପେସିଆଲ୍‍ କନ୍‍ସଲ୍‍ଟେଟିଭର ମାନ୍ୟତା ପାଇଛି । ଏହାଛଡ଼ା ଜାତିସଂଘର ବିଭିନ୍ନ ସଂସ୍ଥା ଓ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥା ସହ କିସ୍‍ର ସହବନ୍ଧନ ରହିଆସିଛି ।

Leave A Reply

Your email address will not be published.