Latest Odisha News

ଆମେରିକୀୟ ପତ୍ରିକାରେ ନୀରଜ ନଂ୧

ନୂଆଦିଲ୍ଲୀ: ଆମେରିକାର ପ୍ରତିଷ୍ଠିତ କ୍ରୀଡ଼ା ପତ୍ରିକା ଟ୍ରାକ ଆଣ୍ଡ ଫିଲ୍ଡ  ଦ୍ୱାରା ଭାରତର ଷ୍ଟାର ଯୁବ ଖେଳାଳି ନୀରଜ ଚୋପ୍ରାଙ୍କୁ ୨୦୨୪ବର୍ଷର ଶ୍ରେଷ୍ଠ ଜାଭେଲିନ୍ ଥ୍ରୋୟର ଭାବେ ମନୋନୀତ କରାଯାଇଛି । ଗତ ବର୍ଷ ଅଲିମ୍ପିକ୍ ରେ ପାକିସ୍ତାନର ଅର୍ଶଦ ନଦିମଙ୍କ ପଛରେ ରହି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ୨୭ବର୍ଷୀୟ ନୀରଜ, ଆମେରିକା ପତ୍ରିକାର ୨୦୨୪ ମାନ୍ୟତାରେ ଶୀର୍ଷରେ ରହିଛନ୍ତି।  ସେ ଗ୍ରେନାଡାର ଦୁଇ ଥର ବିଶ୍ୱ ଚାମ୍ପିଅନ୍ ଆଣ୍ଡରସନ୍ ପିଟର୍ସଙ୍କୁ  ପଛରେ ପକାଇ ଦେଇଛନ୍ତି।

ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ୨୭ବର୍ଷୀୟ ନୀରଜଙ୍କ ଉଲ୍ଲେଖନୀୟ ପ୍ରଦର୍ଶନରେ ସ୍ଥିରତା କାରଣରୁ ଏହି ସମ୍ମାନ ମିଳିଛି । ଛଅଟି ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରି ନୀରଜ ଦୁଇଥର ଶୀର୍ଷରେ ରହି ବାକି ଚାରିଟିରେ ରନର୍ସଅପ୍ ରହିଥିଲେ । ଟ୍ରାକ ଏବଂ ଫିଲ୍ଡ ପତ୍ରିକା ଜାଭେଲିନ୍ ଥ୍ରୋରେ ଆଣ୍ଡରସନ୍ ପିଟର୍ସଙ୍କୁ ଦ୍ୱିତୀୟ ସ୍ଥାନରେ ରଖି ଥିବାବେଳେ ପାକିସ୍ତାନର ଅଲିମ୍ପିକ୍ ଚମ୍ପିଆନ ଅର୍ଶଦ ନଦିମ ଷଷ୍ଠ ସ୍ଥାନରେ ରଖିଛନ୍ତି ।

ପାକିସ୍ତାନୀ ଖେଳାଳି ନଦିମ କେବଳ ଦୁଇଟି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ, ଯେଉଁଥିପାଇଁ ପତ୍ରିକା ନଦିମଙ୍କ ସୀମିତ ଅଂଶଗ୍ରହଣ କରାଣରୁ ଷଷ୍ଠ ସ୍ଥାନରେ ରଖିଥିବା କହିଛି ।

ବିଶ୍ୱ ଚମ୍ପିଆନ୍ ନୀରଜ ଚୋପ୍ରା ତାଙ୍କ ବିଶ୍ୱ ଟାଇଟଲ୍ ରକ୍ଷା କରିବା ଏବଂ ଚଳିତ ବର୍ଷ ୯୦ ମିଟର ମାର୍କ ଅତିକ୍ରମ କରିବା ଉପରେ ଫୋକସ କରିବେ । ୨୦୨୫ସିଜନରେ ଡାୟମଣ୍ଡ ଲିଗ୍ ସିରିଜ୍ ପ୍ରତିଯୋଗିତା ମଧ୍ୟ ସାମିଲ ହେବ ବୋଲି ଆଶା କରାଯାଉଛି ।

ଏହି ପତ୍ରିକା ୧୯୪୮ରୁ ଏହା ପ୍ରକାଶିତ ହୋଇ ଆସୁଛି । ପ୍ରତିବର୍ଷ ବିଶ୍ୱ ଏବଂ ଆମେରିକାର ମାନ୍ୟତା ପ୍ରକାଶ କରେ ଏହି ପତ୍ରିକା । ନୀରଜ ୨୦୨୩ ପୁରୁଷ ଜାଭେଲିନ୍ ଥ୍ରୋ ମାନ୍ୟତାରେ ମଧ୍ୟ ଶୀର୍ଷରେ ରହିଥିଲେ ।

Leave A Reply

Your email address will not be published.