Latest Odisha News

ହାତ ଭାଙ୍ଗିବା ସତ୍ୱେ ଡାଇମଣ୍ଡ ଲିଗ ଖେଳିଥିଲେ ନୀରଜ

ନୂଆଦିଲ୍ଲୀ: ଭାରତ ପାଇଁ ୨ ଥର ଅଲିମ୍ପିକ ପଦକ ଜିତିଥିବା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଡାଇମଣ୍ଡ ଲିଗରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ମାତ୍ର ୧ ସେଂଟିମିଟର ପାଇଁ ସେ ଚାମ୍ପିୟନ ହୋଇପାରି ନ ଥିଲେ । ରବିବାର ନୀରଜ ଏକ ଏକ୍ସ ରେ ଶେୟାର କରିଛନ୍ତି । ଏଥିରେ ତାଙ୍କ ବାମ ହାତରେ ଫ୍ରାକଚର ଥିବା ଜଣାପଡିଛି । ଏହା ସତ୍ୱେ ସେ ଚମତ୍କାର ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନରେ ରହିବା କମ କଥା ନୁହେଁ ବୋଲି ପ୍ରଶଂସକମାନେ କହିଛନ୍ତି । ଚଳିତ ସିଜନରେ ଏହା ମୋର ଶେଷ ମୁକାବିଲା ଥିଲା । ମୋ ପ୍ରଦର୍ଶନ ନେଇ ବ୍ୟକ୍ତିଗତ ଭାବେ ଖୁସି ବୋଲି ନୀରଜ କହିଛନ୍ତି ।

ଏଥର ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳିବା ସହ ଆଗାମୀ ସିଜନରେ ଆହୁରି ଭଲ ପ୍ରଦର୍ଶନ କରିବାକୁ ଚାହିଁବି । ନୀରଜ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପ୍ୟାରିସ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିଲେ । ୨୦୨୨ ଡାଇମଣ୍ଡ ଲିଗ ଫାଇନାଲରେ ସେ ଜିତିଥିବା ବେଳେ ଏଥର ଦ୍ୱିତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି ।

Comments are closed.