Latest Odisha News

BREAKING NEWS

ଷ୍ଟାର ଆଥଲେଟ ନୀରଜ ଖେଳିବେନି ରାଜ୍ୟଗୋଷ୍ଠୀ କ୍ରୀଡା

ନୂଆଦିଲ୍ଲୀ: ଭାରତର ଷ୍ଟାର ଆଥଲେଟ ତଥା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରିବେ ନାହିଁ । ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଐତିହାସିକ ରୌପ୍ୟ ପଦକ ଜିତିଥିବା ନୀରଜ ଆଘାତ ସମସ୍ୟା ଯୋଗୁ ଏହି ନିଷ୍ପତି ନେଇଛନ୍ତି । ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା ଏହି ସୂଚନା ଦେଇଛନ୍ତି । ନୀରଜ ଶତ ପ୍ରତିଶତ ଫିଟ ନ ଥିବାରୁ ବାଧ୍ୟହୋଇ ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରିଛନ୍ତି । ଡାକ୍ତର ତାଙ୍କୁ ଏକ ମାସ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି । ଭାରତୀୟ କ୍ରୀଡାପ୍ରେମୀଙ୍କୁ ଏହା ନିରାଶ କରିଥିଲେ ମଧ୍ୟ ତାଙ୍କ ନିକଟରେ ଆଉ କିଛି ବିକଳ୍ପ ନ ଥିଲା ।

ନୀରଜଙ୍କ ଜଙ୍ଘରେ ଆଘାତ ଲାଗିଛି । ସୂଚନାଯୋଗ୍ୟ, ଅଲିମ୍ପିକ୍ସ ଓ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଭାରତ ପାଇଁ ପଦକ ଜିତି ନୀରଜ ଏବେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି । ତାଙ୍କ ଅନୁପସ୍ଥିତି ଭାରତର ଏକ ସ୍ୱର୍ଣ୍ଣ ପଦକ ହାତଛଡା ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.