Latest Odisha News

BREAKING NEWS

ତୁର୍କୀରେ ୬୧ ଦିନ ଟ୍ରେନିଂ ନେବେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରା ଆଗାମୀ ଆନ୍ତର୍ଜାତୀୟ ଇଭେଂଟ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସେ ତୁର୍କୀର ଗ୍ଲୋରିଆ ସ୍ପୋର୍ଟ୍ସ ଆରେନାରେ ପ୍ରଶିକ୍ଷଣ ନେବେ । ୨୫ ବର୍ଷୀୟ ଏହି ଷ୍ଟାର ଜାଭେଲିନ ଥ୍ରୋୟର ୬୧ ଦିନ ଧରି ଏଠାରେ ପ୍ରଶିକ୍ଷଣ ନେବେ । କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଗତ ବର୍ଷ ମଧ୍ୟରେ ସେ ଏଠାରେ ୨୫ ଦିନ ପ୍ରଶିକ୍ଷଣ ନେଇଥିଲେ । ଏପ୍ରିଲ ୧ରେ ନୀରଜ ତୁର୍କୀ ଅଭିମୁଖେ ଗସ୍ତ କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେ ମେ ୩୧ ପର୍ଯ୍ୟନ୍ତ ଏଠାରେ ରହିବ ।

ମାର୍ଚ୍ଚ ୧୬ରେ କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପର ମନ୍ତ୍ରଣାଳୟ ମିଶନ ଅଲିମ୍ପିକ ସେଲ ଦ୍ୱାରା ନୀରଜଙ୍କ ପ୍ରଶିକ୍ଷଣ ପ୍ରସ୍ତାବକୁ ଅନୁମୋଦନ ମିିଳିଛି । ନୀରଜ ପ୍ରଥମ ଭାରତୀୟ ଭାବେ ଆଥଲେଟିକ୍ସରେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି ।

Leave A Reply

Your email address will not be published.