Latest Odisha News

BREAKING NEWS

ଫିଫା ବିଶ୍ୱକପ : ଟ୍ରେଣ୍ଡ ହେଉଛି ଏସବିଆଇ ପାସବୁକ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ଫାଇନାଲ ଏଥର ଆର୍ଜେଂଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ । ୨ଥର ଚାମ୍ପିୟନ ଆର୍ଜେଂଟିନା ଟିମ ୩୬ ବର୍ଷ ପରେ ପୁନର୍ବାର ବିଶ୍ୱକପ ଜିତିବା ସମ୍ଭାବନା ସୃଷ୍ଟି କରିଛି । ତେବେ ଆର୍ଜେଂଟିନା ଟିମ ଫାଇନାଲକୁ ଯିବା ପରେ ଭାରତର ଏସବିଆଇ ପାସବୁକ ଟ୍ରେଣ୍ଡ ହେବାରେ ଲାଗିଛି । ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏହାର ପ୍ରକୃତ କାରଣ ହେଲା ଆର୍ଜେଂଟିନା ଜାତୀୟ ପତାକା ଓ ଏସବିଆଇ ପାସବୁକ ଦେଖିବାକୁ ଏକା ପରି । ଭାରତରେ ଆର୍ଜେଂଟିନା ଏବଂ ଲିଓନେଲ ମେସିଙ୍କ ଅନେକ ପ୍ରଶଂସକ ଅଛନ୍ତି । ସେମାନେ ଏହି ପାସବୁକକୁ ଟ୍ରେଣ୍ଡ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଜଣେ ୟୁଜର୍ସ ମଜାରେ ଲେଖିଛନ୍ତି ଆମଠାରୁ ଆଗୁଆ ଏସବିଆଇ ଆର୍ଜେଂଟିନାର ପ୍ରଶଂସକ ପାଲଟିଛି ।

ସୂଚନାଯୋଗ୍ୟ, ଫ୍ରାନ୍ସ ଗତ ସଂସ୍କରଣରେ କ୍ରୋଏସିଆକୁ ହରାଇ ଚାମ୍ପିୟନ ହୋଇଥିଲା । ଏଥର ମଧ୍ୟ ସେମାନେ ଏହି ସୁଯୋଗ ହାତଛଡା କରିବା ଲକ୍ଷ୍ୟରେ ନାହାନ୍ତି । ୩୫ ବର୍ଷୀୟ ମେସିଙ୍କ ନିକଟରେ ଆର୍ଜେଂଟିନାକୁ ବିଶ୍ୱ ଚାମ୍ପିୟନ କରାଇବାରେ ଶେଷ ସୁଯୋଗ ଉପନୀତ ହୋଇଛି । ବିଜୟ ସହ ସେ ତାଙ୍କ ସ୍ୱର୍ଣ୍ଣିମ କ୍ୟାରିୟରକୁ ଶେଷ କରିବା ପାଇଁ ଚାହିଁବେ ।

Leave A Reply

Your email address will not be published.