Latest Odisha News

BREAKING NEWS

କମନୱେଲଥ ଗେମ୍ସ ୨୦୨୬:  ଜାଭେଲିନ୍ ଥ୍ରୋ ଫାଇନାଲରେ ଭାରତର ତିନି ଆଥଲେଟ

ଗ୍ଲାସଗୋ: କମନୱେଲଥ ଗେମ୍ସ ୨୦୨୬ରୁ ଭାରତ ପାଇଁ ଜାଭେଲିନ୍ ଥ୍ରୋରେ  ଖୁସିର ଖବର ଆସିଛି । ଦୀର୍ଘ ଦିନ ପରେ କମନୱେଲଥ ଗେମ୍ସକୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତର ତାରକା ଖେଳାଳି ନୀରଜ ଚୋପ୍ରା ପୁରୁଷ ଜାଭେଲିନ୍ ଥ୍ରୋ’ର ଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେବଳ ନୀରଜ ନୁହଁନ୍ତି, ଭାରତର ତିନିଜଣ କ୍ୱାଲିଫିକେସନ ଚ୍ୟାଲେଞ୍ଜ ଅତିକ୍ରମ କରି ଫାଇନାଲରେ ପହଞ୍ଚିଛନ୍ତି । ଖରାପ ପାଗ କୌଣସି  ଆଥଲେଟ୍ ୮୪.୦୦ ମିଟରର ଅଟୋମେଟିକ୍ କ୍ୱାଲିଫିକେସନ୍ ମାର୍କ ଛୁଇଁପାରି ନଥିଲେ । ନୀରଜ ନିଜର ସର୍ବଶ୍ରେଷ୍ଠ ପ୍ରୟାସରେ ୭୯.୬୧ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଉଭୟ ଗ୍ରୁପର ମୋଟ ପ୍ରଦର୍ଶନ ଆଧାରରେ ୫ମ ସ୍ଥାନରେ ରହି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ପାକିସ୍ତାନର ଅଲିମ୍ପିକ୍ ଚାମ୍ପିୟନ୍ ଅରଶଦ ନଦୀମ (୭୮.୬୩ ମିଟର) ୭ମ ସ୍ଥାନରେ ରହି ଫାଇନାଲରେ ପହଞ୍ଚିଛନ୍ତି । କ୍ୱାଲିଫିକେସନ୍ ରାଉଣ୍ଡରେ ନୀରଜ ତାଙ୍କଠାରୁ ଅଧିକ ଦୂରତା ଅତିକ୍ରମ କରିଛନ୍ତି । ଭାରତର ରୋହିତ ଯାଦବ  ୭୮.୩୭ ମିଟର (୯ମ ସ୍ଥାନ),ୟଶ ବୀର ସିଂହ ୭୮.୩୬ ମିଟର (୧୦ମ ସ୍ଥାନ) କ୍ୱାଲିଫିକେସନ ଚ୍ୟାଲେଞ୍ଜ ଅତିକ୍ରମ କରି ଫାଇନାଲରେ ପହଞ୍ଚିଛନ୍ତି ।  ଶ୍ରୀଲଙ୍କାର ରୁମେଶ ଥରଙ୍ଗା ପାଥିରାଜେ ୮୨.୮୪ ମିଟର ଥ୍ରୋ’ କରି କ୍ୱାଲିଫିକେସନ୍ ରାଉଣ୍ଡରେ ଶୀର୍ଷ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.