Latest Odisha News

BREAKING NEWS

ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ, ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ

ଭୁବନେଶ୍ୱର: ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ଲାଗି ରହିଛି । ଅଧିକାଂଶ ଜିଲ୍ଲା ଏହା ଦ୍ବାରା ପ୍ରଭାବିତ ହୋଇଛି । ଏହି ପ୍ରରିପେକ୍ଷିରେ ଆଜି ଆକାଶମାର୍ଗରୁ ହେଲିକପ୍ଟର ଯୋଗେ ବନ୍ୟା ପରିସ୍ଥିତି ସମୀକ୍ଷୀ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ । ସେ ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ଏବଂ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି ବିସ୍ତୃତ ସମୀକ୍ଷା କରିଛନ୍ତି ।

ମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ସ୍ଵତନ୍ତ୍ର ସହାୟତା ଆୟୁକ୍ତ (SRC) ରାଜେଶ ପ୍ରଭାକର ପାଟିଲ୍ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ବାଲେଶ୍ଵର ଜିଲ୍ଲାରେ ଓହ୍ଲାଇ ବନ୍ୟା ସ୍ଥିତିର ସମୀକ୍ଷା କରିବେ ରାଜସ୍ବ ମନ୍ତ୍ରୀ ।

ଗୁରୁବାର ପୂର୍ବାହ୍ନରେ ବନ୍ୟାଞ୍ଚଳ ଗସ୍ତ ପୂର୍ବରୁ ଲୋକସେବା ଭବନ ଠାରେ ବର୍ଷା ଏବଂ ବନ୍ୟା ପରିସ୍ଥିତି ସମ୍ପର୍କରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଦାୟିତ୍ଵରେ ଥିବା ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ l ସମୀକ୍ଷା ପରେ ମନ୍ତ୍ରୀ ସୂଚନା ଦେଇଥିଲେ ଯେ, ବନ୍ୟାରେ ୫ ଜିଲ୍ଲାର ୫ ଲକ୍ଷ ୮୭ ହଜାର ୮୨୨ ଲୋକ ପ୍ରଭାବିତ । ୧ ଲକ୍ଷ ୭୬ ହଜାର ୭୩ ଜଣ ଲୋକ ସ୍ଥାନାନ୍ତର ହୋଇଛନ୍ତି ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ତେବେ ବର୍ତ୍ତମାନ ହୀରାକୁଦରେ ଜଳସ୍ତର ୬୨୦ ଫୁଟ ରହିଛି । ୨ଟି ଗେଟ୍ ଖୋଲା ଅଛି । ମୁଣ୍ଡଳୀରେ ସାଢ଼େ ୬ ଲକ୍ଷ କ୍ୟୁସେକ ଜଳ ପହଞ୍ଚୁଥିଲା । ରାତି ସୁଦ୍ଧା ନରାଜରେ ୯ ଲକ୍ଷ କ୍ୟୁସେକ ଜଳ ପହଞ୍ଚିବ । କଟକର ବଡ଼ମ୍ବା, ଆଠଗଡ ତଳିଆ ଅଞ୍ଚଳରେରେ ଜଳ ପହଞ୍ଚିଲାଣି । ସେଣ୍ଟ୍ରାଲ ୱାଟର କମିଶନ ନିକଟରୁ ରିପୋର୍ଟ ଅନୁସାରେ ମଣ୍ଡଳୀରେ ଜଳସ୍ତର ଓ୍ବାର୍ଣ୍ଣିଂ ଲେଭଲ ଉପରେ ଅଛି କିନ୍ତୁ ବିପଦ ସଙ୍କେତ ଟପିନି । ବର୍ତ୍ତମାନ ବିଭିନ୍ନ ନଦୀରେ ଜଳସ୍ତର କମିବା ଆରମ୍ଭ କଲାଣି ।

Leave A Reply

Your email address will not be published.