Latest Odisha News

BREAKING NEWS

କମନୱେଲଥ୍‌ ଗେମ୍ସ; ଜୁଡୋରେ ଐତିହାସିକ ଗୋଲ୍ଡ, ନୀରଜଙ୍କୁ ସିଲଭର୍‌

ଗ୍ଲାସଗୋ: କମନୱେଲଥ୍ ଗେମ୍ସର ଅଷ୍ଟମ ଦିନରେ ଭାରତୀୟ ଆଥଲେଟ୍‌ମାନେ ଦମଦାର ପ୍ରଦର୍ଶନ କରିଛନ୍ତି । ଶୁକ୍ରବାର ଦିନ ଭାରତ ମୋଟ ୬ଟି ମେଡାଲ (୨ଟି ଗୋଲ୍ଡ, ୨ଟି ସିଲଭର୍ ଏବଂ ୨ଟି ବ୍ରୋଞ୍ଜ) ନିଜ ନାମରେ କରିଛି । ଏହା ସହିତ ଭାରତର ମୋଟ ମେଡାଲ ସଂଖ୍ୟା ୨୩ (୫ ଗୋଲ୍ଡ, ୧୨ ସିଲଭର୍‌, ୬ ବ୍ରୋଞ୍ଜ)ରେ ପହଞ୍ଚିବା ସହ ମେଡାଲ ତାଲିକାର ୧୦ମ ସ୍ଥାନରେ ରହିଛି  । ଜୁଡୋରେ ଭାରତ ଐତିହାସିକ ପ୍ରଦର୍ଶନ କରି ୩ଟି ପଦକ ଜିତିଥିଲା । କମନୱେଲଥ୍ ଗେମ୍ସ ଇତିହାସରେ ଭାରତ ପାଇଁ ଜୁଡୋ (୪୮ କିଗ୍ରା)ରେ ଅସ୍ମିତା ଡେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ନୂଆ ଇତିହାସ ରଚିଛନ୍ତି । ଅସ୍ମିତାଙ୍କ ବିଜୟର ମାତ୍ର ୧୫ ମିନିଟ୍ ପରେ ହର୍ଷ (୬୦ କିଗ୍ରା) ଭାରତକୁ ଦ୍ୱିତୀୟ ଗୋଲ୍ଡ ଦେଇଥିଲେ । ୫୭ କିଗ୍ରା ବର୍ଗରେ ୟାମିନୀ ମୌର୍ଯ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି  ।

ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା  ୮୫.୮୩ ମିଟର ଥ୍ରୋ କରି ସିଲଭର, ଯଶବୀର ସିଂହ ୮୫.୪୧ ମିଟର ବେଷ୍ଟ ପ୍ରଦର୍ଶନ ସହ ବ୍ରୋଞ୍ଜ, ଶ୍ରୀଲଙ୍କାର ରୁମେଶ ପଥିରାଜେ ୮୯.୭୫ ମିଟର ଥ୍ରୋ କରି ଗୋଲ୍ଡ ମେଡାଲ ହାସଲ କରିଛନ୍ତି । ତେଜସ୍ୱିନ ଶଙ୍କର ୭୯୭୬ ପଏଣ୍ଟ ସହ ଡେକାଥଲନ୍‌ରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ।  କମନୱେଲଥ୍ ଗେମ୍ସର ଡେକାଥଲନ୍ (୧୦ଟି ଅଲଗା ଅଲଗା ଇଭେଣ୍ଟ)ରେ ମେଡାଲ ଜିତିବାରେ ସେ ପ୍ରଥମ ଭାରତୀୟ ଆଥଲେଟ  ହୋଇଛନ୍ତି  । ଗ୍ରେନାଡାର ଲିଣ୍ଡନ ୱିକ୍ଟର (ଗୋଲ୍ଡ) ଏବଂ ଡେମିୟନ ୱାର୍ନର (ସିଲଭର୍‌) ଜିତିଛନ୍ତି ।  ବକ୍ସିଂରେ ୧୦ ଜଣ ଭାରତୀୟ ଫାଇନାଲରେ ପ୍ରବେଶ କରିଛନ୍ତି ।  ମହିଳା ବର୍ଗରେ ପ୍ରୀତି ପୱାର , ସାକ୍ଷୀ ଚୌଧୁରୀ, ଜାସମିନ୍ ଲମ୍ବୋରିଆ, ଅରୁନ୍ଧତୀ ଚୌଧୁରୀ, ପ୍ରିୟା ଘଂଘାସ ଏବଂ ଲଭଲିନା ବୋରଗୋହେନ  ଏବଂ  ପୁରୁଷ ବର୍ଗରେ ଅଙ୍କୁଶ ପଂଘାଲ , ଜାଦୁମଣି ସିଂହ, ସଚିନ୍ ସିୱାଚ୍  ଏବଂ ନରେନ୍ଦ୍ର ବେରୱାଲ ପ୍ରବେଶ କରିଛନ୍ତି ।

 

Leave A Reply

Your email address will not be published.