Latest Odisha News

ନିଟ୍ ପେପର ଲିକ୍; ୬୦ ଲକ୍ଷରେ ପ୍ରଶ୍ନପତ୍ର ବିକ୍ରୀ! 

ନୂଆଦିଲ୍ଲୀ: ନିଟ୍‌ ପେପର ଲିକ୍‌ ମାମଲାରେ ସିବିଆଇର ବଡ ଖୁଲାସା। ପ୍ରାର୍ଥୀମାନେ ୩୫ରୁ ୬୦ଲକ୍ଷ ଟଙ୍କା ଦେଇ ପ୍ରଶ୍ନପତ୍ର କିଣିଛନ୍ତି ବୋଲି ତଦନ୍ତରୁ ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ବିହାରର ପ୍ରାର୍ଥୀମାନେ ୩୫ରୁ ୪୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଶ୍ନପତ୍ର କିଣିଥିଲା ବେଳେ ଅନ୍ୟ ରାଜ୍ୟର ପ୍ରାର୍ଥୀଙ୍କୁ ୫୬ରୁ ୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ନିଷ୍ପତ୍ତି ହୋଇଥିଲା।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୫୦ ଜଣ ପ୍ରାର୍ଥୀ ପ୍ରଶ୍ନପତ୍ର ପାଇଥିଲେ। ଏମାନଙ୍କ ମଧ୍ୟରୁ କେତେକ ପରୀକ୍ଷାର୍ଥୀଙ୍କ କେନ୍ଦ୍ର ଝାଡଖଣ୍ଡର ହଜାରିବାଗ ଏବଂ ଆଉ କେତେକଙ୍କ ମହାରାଷ୍ଟ୍ରର ଲାତୁର ଜିଲ୍ଲା ଥିଲା। ସେହିପରି କିଛି ପରୀକ୍ଷାର୍ଥୀଙ୍କ ପରୀକ୍ଷା କେନ୍ଦ୍ର ଗୁଜରାଟର ଗୋଧ୍ରା ହୋଇଥିଲା ବେଳେ ବିହାରର ପାଟନାରେ ମଧ୍ଯ ପରୀକ୍ଷା କେନ୍ଦ୍ର ପଡିଥିଲା।

ପେପର ଲିକ୍ ପରେ, ପ୍ରଶ୍ନପତ୍ର ପାଇଥିବା ୧୫୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ ୮୦ରୁ ୯୦ଜଣ ପରୀକ୍ଷାର୍ଥୀ ଭଲ ରାଙ୍କ ପାଇନଥିଲେ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ବିହାର ପୋଲିସର ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ପୁରା ମାମଲାର ଯାଞ୍ଚ କରାଯାଉଥିଲା। ତେବେ ପରେ କେନ୍ଦ୍ରର ନିର୍ଦ୍ଦେଶ ପରେ ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।

Comments are closed.