Latest Odisha News

BREAKING NEWS

NEET-PG ପରୀକ୍ଷା ଉପରେ ଗୃହ ମନ୍ତ୍ରଣାଳୟର ନଜର

ନୂଆଦିଲ୍ଲୀ: ଚଳିତ ମାସ କିମ୍ବା ଆସନ୍ତା ମାସ ମଧ୍ୟରେ NEET-PG ପରୀକ୍ଷା ହୋଇପାରେ। ଏହି ପରୀକ୍ଷା ପାଇଁ ଗୃହ ମନ୍ତ୍ରଣାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସୂଚନା ଅନୁଯାୟୀ, ପରୀକ୍ଷାର ଠିକ୍‌ ଦୁଇ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ । ଗୃହ ମନ୍ତ୍ରଣାଳୟ ପରୀକ୍ଷା ଉପରେ ନଜର ରଖିଛି । ପ୍ରଶ୍ନପତ୍ର ଲିକକୁ ନେଇ ବିବାଦ ଜାରି ରହିଥିବା ବେଳେ ଶିକ୍ଷା ବିଭାଗ ପକ୍ଷରୁ ଏପରି ବଡ଼ ନିଷ୍ପତ୍ତି ନିଆଯାଇଛି।

ଜାତୀୟ ପରୀକ୍ଷା ବୋର୍ଡ (ଏନ୍‌ବିଇଏମ୍‌ଏସ୍‌)ର ଉପାଧ୍ୟକ୍ଷ ପ୍ରଫେସର ମିନୁ ବାଜପେୟୀ କହିଛନ୍ତି ଯେ ନିଟ୍‌ ପିଜି ପରୀକ୍ଷାର ଠିକ୍‌ ଦୁଇ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ ।ବୈଠକରେ ସାଇବର ସେଲ୍‌ର ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ । ନିଟ୍‌ ପିଜି (NEET PG) ପରୀକ୍ଷା ୨୦୨୪ ଜୁନ୍ ୨୫ରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ବିବାଦ ହେତୁ ପରୀକ୍ଷା ସ୍ଥଗିତ ରଖାଯାଇଥିଲା।

 

 

Leave A Reply

Your email address will not be published.