Latest Odisha News

ଆଜିଠାରୁ NEET PG କାଉନସେଲିଂ

ନୂଆଦିଲ୍ଲୀ: ମେଡିକାଲ୍ ପାଠ୍ୟକ୍ରମମରେ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ହେଉଛି NEET-PG କାଉନସେଲିଂ । ୪ ମାସ ବିଳମ୍ବରେ କାଉନସେଲିଂ ଆରମ୍ଭ ହେଉଛି । ଗତ ସେପଟେମ୍ବରରେ NEET-PG ପରୀକ୍ଷା ହୋଇଥିଲା । କିନ୍ତୁ କାଉନସେଲିଂ ବିଳମ୍ବ ଯୋଗୁ ଆଡମିସନ୍ ହୋଇପାରିନଥିଲା । ଗତ ୭ ତାରିଖରେ NEET-PG କାଉନସେଲିଂ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ ।

ସେହିପରି ଆଜିଠାରୁ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ମେଡିକାଲ କଲେଜରେ ନାମଲେଖା ପାଇଁ ଅନ୍‌ଲାଇନ୍‌ ପଞ୍ଜିକରଣ ଆରମ୍ଭ ହେଉଛି । OJEEରେ ପଞ୍ଜିକରଣ ପରେ ରାଜ୍ୟ ମେରିଟ୍‌ ଲିଷ୍ଟ ଅନୁସାରେ ଛାତ୍ରଛାତ୍ରୀ ନାମଲେଖାଇ ପାରିବେ । ନିଟ୍‌ରେ ରାଙ୍କ ପାଇଥିବା ଛାତ୍ରଛାତ୍ରୀ ଆଜି ଦିନ ୧୨ଟାରୁ ୧୮ ତାରିଖ ଭିତରେ ପଞ୍ଜିକରଣ କରିପାରିବେ ।

ଅନଲାଇନ୍ ଆପ୍ଲିକେସନ ସାଙ୍ଗକୁ ଫି ଡିପୋଜିଟ, ଡକ୍ଯୁମେଣ୍ଟ ଅପଲୋଡିଂ ଏବଂ ଅନଲାଇନ୍ ଫେରିଫିକେସନ ପାଇଁ ସମୟ ଓ ଦିନ ଧାର୍ଯ୍ୟ କରାଯାଇପାରିବ । ଜାନୁଆରୀ ୨୦ ତାରିଖରେ ଏସମ୍ପନ୍ଧିତ ସମସ୍ତ ତଥ୍ୟ OJEEର ୱେଟସାଇଟ www.ojee.nic.in ବା www.odishajee.comରେ ଏସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହେବ । ଜାନୁଆରୀ ୨୪ରେ ଓଜେଇଇ କର୍ତ୍ତୃପକ୍ଷ ପ୍ରୋଭିଜିନାଲ ମେରିଟ ଲିଷ୍ଟ ତାଲିକା ପ୍ରକାଶ କରିବେ ।  ୨୭ ଜାନୁଆରୀରେ ଫାଇନାଲ ମେରିଟ ଲିଷ୍ଟ  ପ୍ରକାଶ ପାଇବ ।

Leave A Reply

Your email address will not be published.