କଟକ: ଅଫେରା ରାଇଜରେ ମିହିର ଦାସ । ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି ସେ ବାହୁଡ଼ି ଯାଇଛନ୍ତି । ଆଜି ପଞ୍ଚଭୂତରେ ଲୀନ ହୋଇଛନ୍ତି ଓଡ଼ିଉଡର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ମିହିର ଦାସ । କଟକ ସତୀଚଉରା ସ୍ଥିତ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର ହୋଇଛି । ପୁଅ ଅମ୍ଳାନ ବାପାଙ୍କୁ ମୁଖାଗ୍ନି ଦେଇଥିଲେ । ମିହିର ଦାସଙ୍କ ଅନ୍ତିମ ସଂସ୍କାର ବେଳେ ସତୀଚଉରା ଶ୍ମଶାନଘାଟ ଶୋକର ବୁଡ଼ିଥିଲା । ଲୁହ ଓ କୋହରେ ବିଦାୟ ଜଣାଇଲେ ଶୁଭେଚ୍ଛୁ ଓ ଆତ୍ମୀୟ ।

ନିଜ ପ୍ରିୟ ଅଭିନେତା, ମେଳାପୀ ମଣିଷକୁ ବିଦାୟ ଦେଇଥିଲା ପୁରା ଓଲିଉଡ୍ । ବହୁ ବରିଷ୍ଠ କଳାକାର, ସିନେ ତାରକା, ପ୍ରଯୋଜକ, ନିର୍ଦ୍ଦେଶକ, ରାଜନେତା ମିହିର ଦାସଙ୍କୁ ଜଣାଇଥିଲେ ଅନ୍ତିମ ବିଦାୟ । ଝିପିଝିପି ବର୍ଷା ସତ୍ତ୍ୱେ ଶ୍ମଶାନଘାଟରେ ପହଞ୍ଚିଥିଲେ ସିଦ୍ଧାନ୍ତ ମହାପାତ୍ର, ଉଷସୀ ମିଶ୍ର, ଶ୍ରୀତମ ଦାସ, ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ସିନେ ଦୁନିଆର ବ୍ୟକ୍ତିକ୍ତ ।
ଗତକାଲି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ମିହିର ଦାସ । ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ କଟକ ସ୍ଥିତ ବାସଭବନରେ ରଖାଯାଇଥିଲା । ଆଜି ସକାଳୁ ଶୋଭାଯାତ୍ରାରେ ନିଆଯାଇଥିଲା ସତୀଚଉରା ଶ୍ମଶାନଘାଟ । ସେଠାରେ ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ପରେ ନ୍ତିମ ବିଦାୟ ନେଇଥିଲେ ମିହିର ଦାସ ।
ଦୀର୍ଘ ଚାରି ଦଶନ୍ଧି ଧରି ଓଡ଼ିଆ ଫିଲ୍ମ ଦୁନିଆରେ ଅଭିନୟର ଛାପ ଛାଡିଥିଲେ ମିହିର ଦାସ । ଜଣେ ଭର୍ସାଟାଇଲ୍ ଅଭିନେତା ଥିଲେ । ହିରୋ, ଆଣ୍ଟି ହିରୋ, କମେଡି, ବାପା, ଭାଇ ଆଦି ଭୂମିକାରେ ସେ ନିଖୁଣ ଅଭିନୟ କରି ପାରୁଥିଲେ । ଜଣେ ସାଦାସିଧା ଓ ଅତ୍ୟନ୍ତ ମେଳାପି ମଣିଷ ଥିଲେ । ତାଙ୍କ ଅବର୍ତ୍ତମାନରେ କାନ୍ଦୁଛି ଓଲିଉଡ୍ । ଓଡ଼ିଶା କଳା ଦୁନିଆ ସ୍ତବ୍ଧ ହୋଇଯାଇଛି ।

BREAKING NEWS
- ଏସୀୟ କ୍ରୀଡ଼ା ୨୦୨୬ ଶେଷ, ଉଦ୍ଯାପନୀ ସମାରୋହରେ ଜାତୀୟ ପତାକା ଉଡ଼ାଇଲେ ନୀରୁ ଢାଣ୍ଡା; କତାରକୁ ହସ୍ତାନ୍ତର ହେଲା ଓସିଏ ଫ୍ଲାଗ୍
- କୁକୁର କାମୁଡ଼ି ଏକ ବର୍ଷର ଶିଶୁକୁ କଲା ଲହୁଲୁହାଣ
- ରୋହିତ ଶର୍ମାଙ୍କୁ ସୁନୀଲ ଗାଭାସ୍କର ଦେଲେ ବଡ଼ ଟାର୍ଗେଟ
- ସେହ୍ୱାଗଙ୍କ ପୁଅଙ୍କୁ ପ୍ରଦାନ କରାଗଲା ଦିଲ୍ଲୀ ଟିମର ବଡ ଦାୟିତ୍ୱ
- ଇରାନୀ କପ୍: ଜାମ୍ମୁ-କାଶ୍ମୀରକୁ ହରାଇ ଚାମ୍ପିୟନ୍ ହେଲା ରେଷ୍ଟ ଅଫ୍ ଇଣ୍ଡିଆ
- ନୟାପଲ୍ଲୀ ଦୁଷ୍କର୍ମ ଘଟଣା:ମୁଖ୍ୟଅଭିଯୁକ୍ତଙ୍କ ୨ ସହଯୋଗୀ ଗିରଫ
- India summons Pak: ପାକିସ୍ତାନରୁ ବେଆଇନ ଅନୁପ୍ରବେଶକୁ ନେଇ ଭାରତର ଦୃଢ଼ ପ୍ରତିବାଦ;ପାକ୍ ହାଇକମିଶନଙ୍କୁ ସମନ୍
- ୭ ଜଣଙ୍କୁ ‘କିଓ’ ଜୀବନବ୍ୟାପୀ ସାଧନା ସମ୍ମାନ
- ତାମିଲ ଫିଲ୍ମମେକର ସିଙ୍ଗିଥମ୍ ଶ୍ରୀନିବାସ ରାଓଙ୍କ ପରଲୋକ
- Drishyam 3: ୨ ଦିନରେ ୧୦୦ କୋଟି କ୍ଲବ୍ରେ ‘ଦୃଶ୍ୟମ ୩’! ବକ୍ସ ଅଫିସ୍ରେ ଅଜୟ ଦେବଗନଙ୍କ ଫିଲ୍ମର ଧମାକା, ୱାର୍ଲ୍ଡୱାଇଡ୍ କଲେକ୍ସନ୍ ୧୭୭ କୋଟି ପାର୍

Comments are closed.