Latest Odisha News

ଘୁଞ୍ଚିଲା NEET ପିଜି ପରୀକ୍ଷା, ମାର୍ଚ୍ଚ ୧୨ରେ ଆଉ ହେବନି

ନୂଆଦିଲ୍ଲୀ: ଘୁଞ୍ଚିଲା ନିଟ୍ ପିଜି ପରୀକ୍ଷା । ପରୀକ୍ଷାକୁ ୬-୮ ସପ୍ତାହ ପାଇଁ ସ୍ଥଗିତ ରଖଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି । ଆସନ୍ତା ମାର୍ଚ୍ଚ ମାସ ୧୨ ତାରିଖରେ ନିଟ୍ ପିଜି ପରୀକ୍ଷା ହେବାର ଥିଲା । ନିଟ୍ ପିଜି ପରୀକ୍ଷା ସ୍ଥଗିତ ରଖିବା ପାଇଁ ଦାବି ହୋଇ ଆସୁଥିଲା । ଖୁବଶୀଘ୍ର ନୂଆ ତାରିଖ ଘୋଷଣା ହେବ ।

ଅଭିଯୋଗ ହୋଇଥିଲା, ୨୦୨୧ ନିଟି ପିଜି କାଉସେଲିଂ ତାରିଖ ଓ ଏବର୍ଷ ପରୀକ୍ଷା ତାରିଖ ଏକ ସମୟରେ ପଡୁଥିଲା । ଏଥିପାଇଁ ଏବର୍ଷ ନିଟ୍ ପିଜି ପରୀକ୍ଷା ସ୍ଥଗିତ ରଖିବାକୁ ଦାବି ଉଠିଥିଲା । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତୁରନ୍ତ ନିଷ୍ପତ୍ତି ନେଉ ବୋଲି ଦାବି ହୋଇଥିଲା । ଏପରିକି ସୁପ୍ରିମକୋର୍ଟରେ ବି ଦାୟର ହୋଇଥିଲା ପିଟିସନ୍ ।

Comments are closed.