Latest Odisha News

ଖୋଳା ହେବ ପୁରୀ ଏମାର ମଠ, ଖୋଲିବ ଗୁପ୍ତ ଧନ ରହସ୍ୟ

ପୁରୀ: ଖୋଲିବ ଗୁପ୍ତ ଧନ ରହସ୍ୟ । ପୁଣି ଖୋଳା ହେବ ପୁରୀ ଏମାର ମଠ । ପୂର୍ବରୁ ଚିହ୍ନଟ ହୋଇଥିବା ୩ଟି ସ୍ଥାନକୁ ଖୋଳିବ ପ୍ରଶାସନ । ତାପୂର୍ବରୁ ଯାଞ୍ଚ ପ୍ରକ୍ରିୟା ସରିଛି । ପୁରୀ ଉପଜିଲ୍ଲାପାଳ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୂର୍ବ ଚିହ୍ନଟ ସ୍ଥାନକୁ ଖୋଲାଯିବ । ମଠ ପରିଚାଳନା ସଦସ୍ୟ ବି ଉପସ୍ଥିତ ରହିବେ ।

ମଠରେ ଗୁପ୍ତଧନ ଆଶାରେ ଗତବର୍ଷ ସେପ୍ଟେମ୍ବର ୧୬ତାରିଖରେ ସ୍ଥାନ ଚିହ୍ନଟ ହୋଇଥିଲା । ମେଟାଲ ଡିଟେକ୍ଟର ଦ୍ୱାରା ଯାଞ୍ଚ କରିଥିଲେ ବିଶେଷଜ୍ଞ ଦଳ । ମଠର ପ୍ରବେଶ ଗୃହ, ଅଗଣା, ଝୁଲଣ ମଣ୍ଡପ ସମ୍ମୁଖ ଅଗଣାରେ ଦିଆଯାଇଥିଲା ଚିହ୍ନ ।

ଆଜି ସେସବୁ ସ୍ଥାନକୁ ଖୋଳାଯାଇପାରେ । ଗତବର୍ଷ ୪୫ଟି ରୁପା ଇଟା ଏମାର ମଠରୁ ମିଳିଥିଲା । ତାପୂର୍ବରୁ ୫୨୨ ଖଣ୍ଡ ରୁପା ଇଟାକୁ ନେଇ ଚର୍ଚ୍ଚାରେ ରହିଥିବା ଏହି ମଠ ଏବେ ପୁଣିଥରେ ଗୁପ୍ତଧନକୁ ନେଇ ଚର୍ଚ୍ଚାକୁ ଆସିଛି ।

Comments are closed, but trackbacks and pingbacks are open.