Latest Odisha News

BREAKING NEWS

‘’ଜାନେ ଜିଗର’’ ରଣବୀରଙ୍କ ସହ ଆଡ ସୁଟରେ ବ୍ୟସ୍ତ ଅଛନ୍ତି ନୀତୁ କପୁର , ସେୟାର କଲେ ଫଟୋ

ପୁଅ ବାହାଘର ପାଇଁ ଟାଇମ ବାହାର କରୁଛନ୍ତି ନୀତୁ କପୁର

 ମୁମ୍ବାଇ : ରଣବୀର କପୁର ଓ ଆଲିଆ ଭଟ୍ଟ ବିବାହ ବନ୍ଧନରେ ବାନ୍ଧି ହେବେ । ୧୩ ରୁ ୧୮ ଏପ୍ରିଲ ଭିତରେ ଏମାନେ ବିବାହ କରିବା ନେଇ ଜୋର ସୋରରେ ଚର୍ଚ୍ଚା ହେଉଛି । ପୁଅ ବାହାଘର ପାଇଁ ଟାଇମ ବାହାରକରୁଛନ୍ତି ନୀତୁ କପୁର । ହେଲେ ଏହା ପୂୂର୍ବରୁ ନିଜର ସମସ୍ତ ପ୍ରଫେସନାଲ କାମ ଶେଷ କରିବାରେ ଲାଗିପଡିଛନ୍ତି ରଣବୀର କପୁରଙ୍କ ମା’ ନୀତୁ କପୁର । ନୀତୁ ଆଜି ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିବା ସହ ସେଥିରେ କ୍ୟାପସନ ଲେଖିଛନ୍ତି ମୋ ‘ଜାନେ ଜିଗର’ (ହାର୍ଟବିଟ) ଙ୍କସହ ମୁଁ ଆଡ ସୁଟିରେ ବ୍ୟସ୍ତ ଅଛି ।

ଏହି ଜାନେ ଜିଗର ନୀତୁ ତାଙ୍କ ପୁଅ ରଣବୀର କପୁରଙ୍କୁ କହିଛନ୍ତି । ଆଗକୁ ପୁଅ ବାହାଘର ଥିବାରୁ ନିଜର ସମସ୍ତ କାମ ଶେଷ କରୁଛନ୍ତି ନୀତୁ କପୁର ।ଏହା ଭିତରେ ପୁଅ ସହ ଆଡ ସୁଟ କାମ ଶେଷ କରିଛନ୍ତି ନୀତୁ କପୁର । ଏବେ ରଣବୀର ନିତୁଙ୍କ ଜାନେ ଜିଗର ବନିଯାଇଛନ୍ତି ।ରିଷି କପୁରଙ୍କ ଯିବା ପରେ ରଣବୀର କପୁର ମା ନୀତୁ ଦାୟିତ୍ୱ ନେଇଛନ୍ତି । ଝିଅ ରିଦ୍ରିମା କପୁର ମଧ୍ୟ ମା ଙ୍କ ସହ ମୁମ୍ବାଇରେ ବହୁ ଦିନ ଧରି ରହିଥିଲେ । ନୀତି କପୁର ଖୁସି ଥିବାରୁ ଲାଗୁଛି ଖୁବ୍ ଶିଘ୍ର ଆଲିଆ ଓ ରଣବୀର ହାତକୁ ଦି ହାତ ହେବେ । ଆଉ ବୋହୁକୁ ସ୍ୱାଗତ କରିବା ପାଇଁ ନୀତୁ ପ୍ରସ୍ତୁତି ଚଳାଇଛନ୍ତି।

Leave A Reply

Your email address will not be published.