Latest Odisha News

BREAKING NEWS

ଜମ୍ମୁ ଓ କାଶ୍ମୀରରେ ମୁଣ୍ଡରେ ତିଳକ ଲଗେଇବାରୁ ଛାତ୍ରୀଙ୍କୁ ମାଡ଼ ମାରିଲେ ଶିକ୍ଷକ

ହଠାତ୍ ଉତକ୍ଷିପ୍ତ ହୋଇଗଲେ ଶିକ୍ଷକ, ଗାଳି କଲେ ଆଉ ବାଡେଇଲେ। ଅଭିଯୋଗ ହେବା କ୍ଷଣି ଶିକ୍ଷକଙ୍କୁ ନିଲମ୍ବନ କରି ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଳା ଡେପୁଟି କମିଶନର

ରଜୌରି: ସ୍କୁଲକୁ ମୁଣ୍ଡରେ ତିଳକ ଲଗେଇ ଯିବାରୁ ମାଡ଼ ଖାଇଲେ ଛାତ୍ରୀ । ଏହି ଘଟଣରେ ଗୋଟିଏ ହିନ୍ଦୁ ପରିବାର ରଜୌରି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ପ୍ରାଥମିକ କାର୍ଯ୍ୟାନୁଷ୍ଠାନରେ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି । ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ସେମାନେ ଝିଅକୁ ତିଳକ ଲଗାଇ ସ୍କୁଲକୁ ପଠାଇଥିଲେ ।

ନିଶାର ଅହମ୍ମଦ ନାମକ ଶିକ୍ଷକ ଝିଅ ମୁଣ୍ଡରେ ତିଳକ ଦେଖି ଉତକ୍ଷିପ୍ତ ହୋଇପଡ଼ିଥିଲେ । ଝିଅକୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ । ପୋଲିସ ଓ ବିଭାଗୀୟ ଅଭିଯୋଗ ହେବା ପରେ ଶିକ୍ଷକ ନିଶାରଙ୍କୁ ନିଲମ୍ବନ କରି ଘଟଣାର ତଦନ୍ତ ହେଉଛି । ଅଭିଯୋଗ ହେବା କ୍ଷଣି ଶିକ୍ଷକଙ୍କୁ ନିଲମ୍ବନ କରି ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଳା ଡେପୁଟି କମିଶନର ।

ଏଥିସହ ପୋଲିସକୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡେପୁଟି କମିଶନର । ଏସଏସପି ମହମ୍ମଦ ଅସଲମ ଚୌଦ୍ଧରି କହିଛନ୍ତି, ଘଟଣାର ସତ୍ୟତା ଯାଞ୍ଚ କରାଯାଉଛି । ସେପର୍ଯ୍ୟନ୍ତ ସଂପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ ରଖାଯାଇଛି ।

Leave A Reply

Your email address will not be published.