Latest Odisha News

BREAKING NEWS

ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏଥିପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି । ତେବେ ଏହି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ କରୋନା ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି ।

BjdElectrycity

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି । ଏପ୍ରିଲ ୨ ତାରିଖରେ କଟକରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ଉପରାଷ୍ଟ୍ରପତି । ଏହାପରେ ୩ ତାରିଖରେ ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ଉପରାଷ୍ଟ୍ରପତି ସମାବର୍ତ୍ତନ ଉତ୍ସବରେ ଯୋଗ ଦେଉଥିବାରୁ କରୋନା ଗାଇଡଲାଇନକୁ କଡ଼ାକଡ଼ି କରାଯିବ । ଯେଉଁମାନେ କାର୍ଯ୍ୟକ୍ରମରେ ଯୋଗଦେବେ, ସେମାନଙ୍କ ପାଇଁ କୋଭିଡ ନେଗେଟିଭ୍ ବାଧ୍ୟତାମୂଳକ କରାଯାଇଛି । ଏହି ଅବସରରେ ୪୫ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକରେ ସମ୍ମାନିତ କରାଯିବ । ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ବିଶୋଧନ କରାଯିବା ସହ ସର୍ବାଧିକ ୫୦୦ ଲୋକଙ୍କ ମଧ୍ୟରେ ଉତ୍ସବ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.